BREAKING
Loading...
:

ଚିର ନିଦ୍ରା ରେ ଆଖି ବୁଜିଲେ ସିଷ୍ଟର ନାନ୍ସି ହେନେରି

 ଚିର ନିଦ୍ରା ରେ ଆଖି ବୁଜିଲେ ସିଷ୍ଟର ନାନ୍ସି ହେନେରି



ସକାଳ ୮.୩୦ ମିନିଟ ସମୟରେ ମୃତ୍ୟୁ ଘଟିଥିଲା,। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟଷ ହେଉଥିଲା,। ଲୋକେ କହନ୍ତି ନାରି ଅବହେଳିତା ,ନାରି ଅକର୍ମଣ୍ୟ,ଆଜି କିନ୍ତୁ ନାରୀ ତ୍ବର ପରିଚୟ ପ୍ରଦାନ କରି ଚାଲି ଯାଇଛନ୍ତି,ସେ ଆଉ କିଏ ନାହିଁ ସିଷ୍ଟର ନାନ୍ସି ଜେନ,

ଡକ୍ଟର ଭି କେ ହେନେରି ଙ୍କ ପତ୍ନୀ ଭାବେ ସୁପରିଚିତ।

ଉଭୟ ସ୍ବାମୀ ସ୍ତ୍ରୀ ରାୟଗଡ଼ା ଜିଲ୍ଲା, ବିଷମକଟକ ଖ୍ରିଷ୍ଟିୟାନ ହସ୍ପିଟାଲ ର ପ୍ରତିଷ୍ଠାତା। ସିଷ୍ଟର ନାନ୍ସି ଥିଲେ ଜଣେ କର୍ତ୍ତବ୍ୟ ନିଷ୍ଠା କର୍ମଚାରୀ, ଏବଂ ଧର୍ମ ପରାୟଣ ମହିଳା ଭାବେ ସୁବିଦିତା,।

ନିଜ କର୍ମ ରେ ସୁଚାଇ ଦେଇଥିଲେ ଯେ,ମାନବ ସେବା ହିଁ ଈଶ୍ୱର ଙ୍କ ସେବା,।ସି ଏଚ୍ ବି ନର୍ସିଂ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା ରେ , ସିଷ୍ଟର ନାନ୍ସି ଙ୍କ ଶ୍ରେଷ୍ଠ ଅବଦାନ,। ସିଷ୍ଟର ନାନ୍ସି ହସ୍ପିଟାଲ ର ନର୍ସିଂ ସୁପରିଟେଣ୍ଡନ, ସ୍କୁଲ ଅଫ୍ ନର୍ସିଂ ର ପ୍ରିନିସପାଲ,ଏନ୍ ଏଲ୍ ଇ ଏମ୍ ସ୍କୁଲ ର ଭାଇସ ଚେୟାର ମ୍ୟାନ ଭାବେ କାର୍ଯ୍ୟ କରି ଏକ ଦକ୍ଷ ପ୍ରସାସିକା ର ପରିଚୟ ପ୍ରଦାନ କରିଥିଲେ,। ଡକ୍ଟର ଭି କେ ହେନେରି, ସିଷ୍ଟର ନାନ୍ସି ଙ୍କ ତତ୍ତ୍ଵାବଧାନରେ ପ୍ରତିଷ୍ଠା ହେଇଥିଲା ଏନ୍ ଏଲ୍ ଇ ଏମ୍ ସ୍କୁଲ,। ଯାହାଦ୍ଵାରା ବିଷମକଟକ, ମୁନିଗୁଡା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଉପକୃତ ହେଇ ପାରିଛନ୍ତି ,।ସି ଏଚ୍ ବି ରେ ଦୀର୍ଘ ବର୍ଷ କାର୍ଯ୍ୟରତ ଅବସର ପରେ ଚିତୁର ରେ ନିଜ ପୁତ୍ର ଡକ୍ଟର ଅନିଳ ହେନେରି ପାଖେ ରହୁଥିଲେ,।  ସକାଳ ଆମ ସମସ୍ତଙ୍କୁ ଶୋକ ସାଗରରେ ବୁଡାଇ ଈହ ଧାମ ତ୍ୟାଗ କଲେ,। ଅପରାହ୍ନ ଚାରିଟା ସମୟରେ ବିଷମକଟକ ଜେଇ ଏଲ୍ ସି କବର ପଡ଼ିଆରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲ,।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS