୫ ଟଙ୍କାରେ ବି ଅଛି କେତେ ଫରକ୍....!!
ପଶ୍ଚିମବଙ୍ଗରେ ବିଜେପି ସରକାର। ଓଡ଼ିଶାରେ ବି ବିଜେପି ସରକାର।
ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ୫ ଟଙ୍କିଆ ମିଲ ଯୋଗାଇବା ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟ ସାରା ପ୍ରାୟ ୪୦୦ କେନ୍ଦ୍ରରେ ୫ ଟଙ୍କା ବିନିମୟରେ ଭାତ ଓ ମାଛ ତରକାରୀ ଯୋଗାଇ ଦିଆଯିବ।
ଆମ ଓଡିଶାରେ ନବୀନ ସରକାର ଅମଳରୁ ଆହାର କେନ୍ଦ୍ର ଖୋଲାଯାଇ ୫ ଟଙ୍କା ବିନିମୟରେ ଭାତ, ଡାଲମା ଓ ଆଚାର ଦିଆଯାଉଛି। ରାଜ୍ୟରେ ବିଜେପି କ୍ଷମତାସୀନ ହେଲା ପରେ ବି ସେଇ ଆଇଟମ ବଦଳି ନାହିଁ।
କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ଯଦି ପଶ୍ଚିମବଙ୍ଗ ସରକାର ୫ ଟଙ୍କାରେ ଭାତ ଓ ମାଛ ତରକାରୀ ଯୋଗାଇ ପାରିବେ, ତାହାହେଲେ ଓଡିଶା ସରକାର ସେମିତି କରିପାରିବେ ନାହିଁ କାହିଁକି ?
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment