BREAKING
Loading...
:

୨୫ ଦିନ ହେବ ବଉଳସିଙ୍ଗା ଗ୍ରାମବାସୀ ପାଣି ପାଇଁ ଡହଳବିକଳ

 ୨୫ ଦିନ ହେବ ବଉଳସିଙ୍ଗା ଗ୍ରାମବାସୀ ପାଣି ପାଇଁ ଡହଳବିକଳ -






‌ବୌଦ୍ଧ  ଜିଲ୍ଲା କଣ୍ଟାମାଳ ଦପଳା ପଞ୍ଚାୟତ ଅନ୍ତର୍ଗତ ବଉଳସିଙ୍ଗା ଗ୍ରାମ ରେ ନଳକୂପଟି  ୨୫ ଦିନ ହେବ ଅଚଳ ହୋଇ ପଡିରହିଛି।ଏଣୁ ଗାଁର ୫୦ ପରିବାର ୧୫୦ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଚଳ ନଳକୂପକୁ ମରାମତି କରିବାକୁ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ନଥିବା ଅଭିଯୋଗ ହୋଇଛି। ପ୍ରବଳ ଖରା ହେଉଥିବାରୁ ପ୍ରଶାସନ ପକ୍ଷରୁ ନଳକୂପ ଖରାପ ହେବାର ୨୪ ଘଣ୍ଟା ମଧ୍ୟରେ ମରାମତି କରିବାର ନିୟମ ଅଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୨୫ ଦିନ ହେବ ନଳକୂପ ମରାମତି ହୋ ପାରି ନଥିବା ଦୁଃଖର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ଏଣୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଣି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆବଶ୍ୟକତା ସହ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ଅଚଳ ନଳକୂପ ତୁରନ୍ତ ମରାମତି କରି ଲୋକଙ୍କ ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS