ଉଚ୍ଚ ନ୍ୟାୟଳୟର ଓକିଲଙ୍କ ପିତା ଖାଉଟି କାର୍ଡ ହିତାଧିକାରୀ
ବାଙ୍କୀ,3l4(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ପଶାଣିଆ ଗ୍ରାମର ଜୈନିକ ବ୍ୟକ୍ତି ଗୋଲଖ ପାଣିଗ୍ରାହୀ, ପିତା -ନନ୍ଦ ପାଣିଗ୍ରାହୀ ପଥୁରୀପଡା ଗ୍ରାମ ପଂଚାୟତରେ ଜଣେ ଜଣାଶୁଣା ଜମିଦାର. ତାଙ୍କର ରଜିବ, କନ୍ତକାଇ , ଗୋଳାଗଣ୍ଡ, ପଶାଣିଆ ଏମିତି ଅନେକ ଅନେକ ଜାଗାରେ ଏକର ଏକର ସମ୍ପତି ରହିଥିବା ବେଳେ ସରକାରଙ୍କୁ ମିଥ୍ୟା ତଥ୍ୟ ଦେଇ ରାଜ୍ୟ ଖାଦ୍ୟ ଓ ଖାଉଟି ବିଭାଗ ତରଫରୁ ରେସନ କାର୍ଡ ହାତେଇ ପରିବାରଙ୍କ 10 ଜଣଙ୍କ ନାମରେ ଖାଦ୍ୟ ସାମଗ୍ରୀ ବର୍ଷ ବର୍ଷ ଧରି ଉଠାଇ ଚାଲିଛନ୍ତି. ତାଙ୍କର 6ଜଣ ପୁଅ ସମସ୍ତେ ଭଲ ଭଲ ପଦରେ ଥାଇ ରୋଜଗାର ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟ ଖାଦ୍ୟ ଓ ଖାଉଟି ବିଭାଗ ପାଖରେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେହି ତଥ୍ୟ ଅନୁସାରେ ବିଭାଗ ତାଙ୍କୁ ଏକ ରେସନ କାର୍ଡ ପ୍ରଦାନ କରିଛି. ସାଧାରଣ ଭାବରେ ତଥ୍ୟ ସଂଗ୍ରହ ବେଳେ ସର୍ଭେ କରୁଥିବା କର୍ମଚାରୀଙ୍କୁ ହାତକରି ଏଭଳି କରିବାରେ ସେ ଯେଉଁ ସଫଳତା ପାଇଛନ୍ତି ସେ ସଫଳତା ଆଇନ ବିଭାଗକୁ ହାତଠାରି ଆଇନ ବିଭାଗର ଅସମର୍ଥ ପ୍ରକାଶ କରୁଅଛି. ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ ସାଧାରଣ ଭାବେ କେହି ଅଭିଯୋଗ ଆଣିପାରୁ ନାହାନ୍ତି.ତାଙ୍କର 6ଜଣ ପୁତ୍ରଙ୍କ ମଧ୍ୟରେ ଜଣେ ଜଣାଶୁଣା ଓକିଲ ଥିବା କାରଣରୁ ଅଭିଯୋଗ କରିବାପାଇଁ ସର୍ବସାଧାରଣରେ ଜୀବନକୁ ନିରାପତ୍ତା ମଣୁନାହାନ୍ତି. କୌଣସି କାରଣ ବଶତଃ କିଛି ଲୋକଙ୍କର ନାମ ଯୋଡିବା ପାଇଁ ଖାଉଟି କାର୍ଡରେ ଆବେଦନ କରୁଥିବା ବେଳେ ସେମାନଙ୍କ ନାମ ଯୋଡିହେଉ ପାରୁନାହିଁ.ମାତ୍ର ପରିବାର 10ଜଣଙ୍କ ନାମରେ ରାସନ ଉଠାଇ ସଠିକ ହିତାଧିକାରୀ ର ଅଧିକାରରୁ ତାଙ୍କୁ ବଞ୍ଚିତ କରିବାରେ ଗୋଲଖ ପାଣିଗ୍ରାହୀ ସଫଳ ହୋଇଛନ୍ତି. ପଶାଣିଆ ମୌଜା ଖାତା ନଂ 152,107,133,134,394,395,396,397,73,75,418,ରେ ଏକର ଏକର ବୃତ୍ତି ରହିଥିବା ବେଳେ ଏକର ଏକର ସମ୍ପତି ବିକି ଅନେକ ଅର୍ଥର ଅଧିକାରୀ ହୋଇଥିବା ବ୍ୟକ୍ତି ଯଦି, ସରକାରଙ୍କର ରେସନ କାର୍ଡ ହାତେଇ ପାରିଲା ତେବେ ସାଧାରଣରେ ସରକାରଙ୍କପ୍ରତି କାହିଁକି ବିଶ୍ୱାସ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି. ପୁନର୍ବାର ସ୍ଥାନୀୟ ଲୋକ ଦାବୀ କରନ୍ତିକି ମିଥ୍ୟା କଥା କହି ଯେଉଁ ରେସନ ସାମଗ୍ରୀ ଉଠାଇ ଅଛନ୍ତି ତାହା ତାଙ୍କ ଠାରୁ ଆଦାୟ କରାଯାଇ ସଠିକ ହିତାଧିକାରୀଙ୍କୁ ବଣ୍ଟନ କରାଯାଉ l
ମଣିଭଦ୍ରା ଖବର, ବାଙ୍କୀ


Post a Comment