ଶ୍ରମିକ ଙ୍କ ମୁହଁରେ ହସ ଫୁଟାଇଲେ ଶ୍ରମିକନେତା ବାପି ସରଖେଲ #
ପାରାଦୀପ - ପାରାଦୀପ ତୈଳବିଶୋଧନାଗାର ରେ ଏଜ ଠିକାସଂସ୍ଥା ଏଏନଆଇ କମ୍ପାନୀ ରେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ନ ଦେଇ କାର୍ଯ୍ୟ ରୁ ଛଟେଇ କରି ଦେଇଥିଲା l ଯାହାକୁ ନେଇ ଛଟେଇ ହୋଇଥିବା ଚାଳିଶ ରୁ ଉର୍ଧ୍ଵ ଶ୍ରମିକ ବିଭିନ୍ନ ସ୍ଥାନକୁ ଯାଇ ନିଜର ଗୁହାରି ଶୁଣାଇ ବିଫଳ ହେବାପରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ର ସଭାପତି ବାପି ସରଖେଲ ଙ୍କ ପାଖରେ ନିଜର ସମସ୍ୟା ଜଣାଇଥିଲେ l ସବୁ ଶୁଣିବା ପରେ ପନ୍ଦର ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିଵା ନେଇ ଶ୍ରମିକ ମାନଙ୍କୁ ଶ୍ରମିକନେତା ବାପି ସରଖେଲ ଦେଇଥିଵା ପ୍ରତିଶୃତି ପାଳନ କରିଛନ୍ତି l କମ୍ପାନୀ ସହିତ ଆଲୋଚନା କରି ପ୍ରତ୍ୟେକ ଶ୍ରମିକ ସେମାନଙ୍କ ପ୍ରାପ୍ୟ ପାଇବାରେ ସଫଳ ହେବା ପରେ ଶ୍ରମିକ ଓ ସେମାନଙ୍କ ପରିବାର ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି l ଯାହାକୁ ନେଇ ଆଜି ସମସ୍ତ ଶ୍ରମିକ ନିଜର ଅତିପ୍ରିୟ ଶ୍ରମିକନେତା ଙ୍କୁ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ କାର୍ଯ୍ୟାଳୟ ରେ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ପରସ୍ପର ପରସ୍ପର କୁ ମିଠା ଖୁଆଇ ଖୁସି ମନାଇଛନ୍ତି l ବାପି ସରଖେଲ ଆମକୁ କୌଣସି ସ୍ଥାନରେ ନିଯୁକ୍ତି ଦିଅନ୍ତୁ ଵା ନ ଦିଅନ୍ତୁ କିନ୍ତୁ ବାପି ଭାଇ ଆମ ପାଇଁ ଯାହା କରିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ ଆମେ ସବୁଦିନ ପାଇଁ ବାପି ଭାଇ ଙ୍କ ସହିତ ରହିବୁ ବୋଲି କହିଛନ୍ତି କମ୍ପାନୀ ରୁ ନ୍ୟାୟ ପାଇଥିବା ସମସ୍ତ ଶ୍ରମିକ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment