ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଉପଖଣ୍ଡ ରେ ଲୋକେ ପାନୀୟ ଜଳ ପାଇଁ ଡହଳ, ବିକଳ,ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ପାଣି ର ଗାର ।
ବଲାଙ୍ଗୀର/ଟିଟିଲାଗଡ, -:ତତଲାଗଡ ରୁପେ ପରିଚିତ ଟିଟିଲାଗଡ ରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା କୁ ଛୁଇଁ ଥିବା ବେଳେ ଲୋକେ ପାଣି ଟୋପାଏ ପାଇଁ ଡହଳ, ବିକଳ ହେବା ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳରେ ସ୍ବତନ୍ତ୍ର ଟିମ୍ ସହ ଏହି ଜଳ ଯୋଗାଣ ସମସ୍ୟା ଓ ପୁର୍ବ ସରକାର ଙ୍କ କୋଟି, କୋଟି ଟଙ୍କା ଦୁର୍ନୀତି ନେଇ ସ୍ୱତନ୍ତ୍ର ଭାବେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଗସ୍ତ ରେ ଆସିଥିଲେ । ସେ ନିଜେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଲୋକ ଙ୍କ ସମସ୍ୟା ର ସ୍ଥାୟୀ ସମାଧାନ ନିଶ୍ଚିତ ଭାବେ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହେଲେ ପରିତାପ ର ବିଷୟ ଯେ, ଏ ଦିଗରେ ଉକ୍ତ ପ୍ରତିଶ୍ରୁତି ପାଣି ର ଗାର ପାଲଟିଛି।
ଏହି ସମସ୍ୟା ନେଇ ଟିଟିଲାଗଡ ମୁଖ୍ୟ ଯନ୍ତ୍ରୀ ପ୍ରସାଦ କୁମାର ସାମନ୍ତ ରାୟ ଙ୍କୁ ସାଧାରଣ ଲୋକେ ବାରମ୍ବାର ଗୁହାରୀ ନେଇ ଯଥା,ଟିଟିଲାଗଡ ଅଧିନସ୍ତ ସୂର୍ଡା,କୁମୁଡ଼ିପଦର୍, ଅମୂର୍ଲା, ନିମୂର୍ଲା, ଲେଶୁନବହାଲି,ଉଦେପୂର୍ ଆଦି ବିଭିନ୍ନ ଗ୍ରାମବାସୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସେ ନିରବ ଦ୍ରଷ୍ଟା ସାଜିଛନ୍ତି ।
ନିଜ ସରକାରୀ ମୋବାଇଲ ନମ୍ୱର ରେ ଫୋନ୍ କଲ ଗ୍ରହଣ ନ କରିବା ସହ ସର୍ବଦା ସରକାରୀ ମୋଟା ଅଙ୍କର ଦରମା ପାଇ ବଲାଙ୍ଗୀର ରେ ନିଜ ବାସ ଭବନ ରେ ରହୁଥିବା ବେଳେ ସାଧାରଣ ଙ୍କ ସମସ୍ୟା ଉଗ୍ର ରୂପ ଧାରଣ କରିଛି । ଡବଲ ଇଞ୍ଜିନ ସରକାର ଯେଉଁ ଅଧିକାରୀ କାର୍ଯ୍ୟ ରେ ଅବହେଳା କରନ୍ତି ତୁରନ୍ତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିୟମ ରହିଥିବା ବେଳେ ସେ ନେଇ ବାରମ୍ବାର ବିଭିନ୍ନ ଅଧିକାରୀ,ନେତା, ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।
ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment