BREAKING
Loading...
:

ସୁଶ୍ରୀ ପ୍ରିୟା ଧିମାନ ହେଲେ 'ମିସ୍ ବସ୍ତର' ଛତିଶଗଡ଼୨୦୨୬

 ସୁଶ୍ରୀ ପ୍ରିୟା ଧିମାନ ହେଲେ 'ମିସ୍ ବସ୍ତର' ଛତିଶଗଡ଼୨୦୨୬



ସମ୍ବଲପୁର:


ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ସେବା ସାମାଜିକ ସଂଗଠନ ସଭାପତି ଛତ୍ରପତି ଡ.ଦୀପକ ପାଣ୍ଡେଙ୍କ ଆହ୍ଵାନ କ୍ରମେ ସୁଶ୍ରୀ ପ୍ରିୟା ଧିମାନ 'ମିସ୍ ବସ୍ତର' ଛତିଶଗଡ-୨୦୨୬ ଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ମୁଖ୍ୟ ଉପଦେଷ୍ଟା ନିହାଲ ସିଂ, ମୁଖ୍ୟ ଅତିଥି ଆକାଶବାଣୀ ଗୀତିକାର ଶିବଶଙ୍କର ପ୍ରଧାନ, ଗଣ୍ଡା ସମାଜ କଲ୍ୟାଣ ପରିଷଦ ସମ୍ପାଦକ ଅମିନ ମହାନନ୍ଦ, ଭରସା ପରିବାର ସମ୍ପାଦକ ମମିନା ଖାତୁନ, ଆଇନଜୀବୀ ଅନିଲ ନାଏକ ପ୍ରମୁଖ ଯୋଗଦାନ କରି ସୁଶ୍ରୀ ପ୍ରିୟାଙ୍କୁ ଉତ୍ସାହିତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିଲାବତି ତାଣ୍ଡି, ବବୁଲୁ ଚାଁର , ଯମୁନା ଶିକା, ପିଙ୍କି ଲୁହା, ମିନାକ୍ଷୀ ରାଉତ, ସୁନୟନା ନାୟକ, ସୁନିଲ କୁମାର ହଂସା, ପୁରନ୍ଦର ସୁନା ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶଥାଉ କି ସୁଶ୍ରୀ ପ୍ରିୟା ଧିମାନ ଗତବର୍ଷ ମିସ୍ ଓଡ଼ିଶାରେ ସମ୍ମାନିତ ହେଇଥିଲେ। ଏଥର ଆମର ପଡୋଶୀ ରାଜ୍ୟ ଛତିଶଗଡରେ ସମ୍ମାନିତ ହୋଇ ଆସିଥିବାରୁ ଆମ ଅଞ୍ଚଳ ଗର୍ବିତ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS