BREAKING
Loading...
:

ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

 *ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ* 




ଆଦିତ୍ୟ ବାହୀନି ଆନନ୍ଦ ବାହୀନି ବ୍ରହ୍ମପୁର ଶାଖା ତରଫରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୩୩ ତମ ଜନ୍ମ ଜୟନ୍ତୀ  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବନ୍ତପଲ୍ଲୀ,"ଓଡ଼ିଶା ସ୍କୁଲ୍ ଅଫ୍ ଇଂଜିନିୟରିଂ ମହାବିଦ୍ୟାଳୟ" ଆନୁକୂଲ୍ୟରେ  ଆୟୋଜିତ  ହୋଇଯାଇଛି । ଏହି ଅବସରରେ ୩ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମଣ୍ଡପ ପ୍ରତିଷ୍ଠା,ତାପରେ ହୋମ ଯଜ୍ଞ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମଠ ମହନ୍ତ ସମ୍ପାଦକ ତଥା ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ହରିହର ଦାସ ମହାରାଜ ଯୋଗ ଦେଇ ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ଇତିବୃତ୍ତି ,ବୈଦିକ ପରମ୍ପରା,ବ୍ରହ୍ମସତ୍ଯଂ ଜଗନ୍ମିଥ୍ଯା, ଓ ଚାରି ଦିଗରେ ଚତୁର୍ଧାମ ପ୍ରତିଷ୍ଠା ବିଷୟରେ ଆଲୋକପାତ କରିଥିଲେ। 

   ମୁଖ୍ୟ ଆୟୋଜିକା ରୂପାଲି ଦାଶ ପୂଜାର୍ଚ୍ଚନା କରିବା ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବାରୁ ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ ଓ ପୀଠ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

    ବେଦପାଠଶାଳାର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀ ଓ ତାଙ୍କ ବେଦ ବିଦ୍ୟାର୍ଥୀ ମାନେ ବେଦପାଠ ଓ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ।

   ଆଦିତ୍ୟ ବାହିନୀ ଦକ୍ଷିଣ ସମ୍ଭାଗ କ୍ଷେତ୍ର ପ୍ରମୁଖ ଉମାଶଙ୍କର ପାଣି, ବ୍ରହ୍ମପୁର କ୍ଷେତ୍ର ପ୍ରମୁଖ ଡଃ ହୃଷୀକେଶ ପାଢ଼ୀ, ଜିଲ୍ଲା ସଭାପତି ଶିବ ଶଙ୍କର ମାଦଳା , ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ରାମ ପ୍ରସାଦ ପଣ୍ଡା, ବୟୋଜ୍ୟେଷ୍ଠ ଉପଦେଷ୍ଟା ପାଣିଗ୍ରାହୀ, ଆନନ୍ଦ ବାହିନୀ ସମ୍ପାଦକ ଶାନ୍ତି ଲତା ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହିତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS