ଦାମୀକାର ରେ ଚାଲୁଥିଲା ଗଞ୍ଜେଇ ବେପାର, ମାଡି ବସିଲା କୁଜଙ୍ଗ ପୋଲିସ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ପାରାଦୀପ - ଦୀର୍ଘଦିନ ଧରି କୁଜଙ୍ଗ ବଜାର ରେ ଭାଙ୍ଗ ସହିତ ଗଞ୍ଜେଇ ସିଗାରେଟ ଓ ଗଞ୍ଜେଇ ସହିତ ବେପାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଜଙ୍ଗ ପୋଲିସ l ଏକ ଟାଟା ଟିଆଗୋ ଗାଡ଼ିରେ ଗଞ୍ଜେଇ ଚାଲାଣ କରାଯାଉଠିବା ନେଇ କୁଜଙ୍ଗ ଥାନାଅଧିକାରୀ ବିଶ୍ଵସ୍ଥ ସୂତ୍ରରୂ ଖବର ପାଇଥିଲେ l ଯାହାକୁ ନେଇ କୁଜଙ୍ଗ ଥାନା ର ସବଇନ୍ସପେକ୍ଟର ରଶ୍ମିରଞ୍ଜନ ସାହୁ ଙ୍କ ନେତୃତ୍ୱ ରେ ପୋଲିସ ଟିମ କୁଜଙ୍ଗ ଥାନା ଅଧୀନ ଘୋଡ଼ାମରା ଗ୍ରାମର ନିଲୁ ଜେନା ଙ୍କୁ ମାଡିବସିବା ସହିତ ବିପୁଳ ପରିମାଣ ର ଲକ୍ଷାଧିକ ଟଙ୍କା ର ଗଞ୍ଜେଇ ଜବତ କରିବା ସହିତ କୁଜଙ୍ଗ କେନାଲ ପାର୍ଶ୍ଵରେ ରହିଥିବା ଭାଙ୍ଗ ଦୋକାନ ରୂ ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ସହିତ, ନଗଦ ଟଙ୍କା,ଏକ ଟାଟା ଟିଆଗୋ କାର ଜବତ କରାଯିଵା ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l ତେବେ କୁଜଙ୍ଗ ହେଉ କିମ୍ବା ପାରାଦୀପ ଅଞ୍ଚଳ ରେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ବେଳେ ଅବକାରୀ ବିଭାଗ ର କାର୍ଯ୍ୟ ପୋଲିସ କରୁଛି, ବ୍ରାଉନ ସୁଗାର, ଚୋରାମଦ, ଗଞ୍ଜେଇ ସହିତ ବିଭିନ୍ନ ମାଦକଦ୍ରବ୍ୟ ଜବତ କରିବା ସହିତ ଚଢ଼ାଉ କରୁଛି ପୋଲିସ l ଏହି କୁଜଙ୍ଗ ବଜାର ରୂ ଭାଙ୍ଗ ଦୋକାନ ଆଳରେ ନକଲି ଗଞ୍ଜା ସିଗାରେଟ, ଗଞ୍ଜେଇ ବିକ୍ରି ଅବସ୍ଥା ରେ ଜବତ କରାଯାଇଥିବା ବେଳେ ଏହି ବେଆଇନ ଭାବରେ ଚାଲିଥିବା ଭାଙ୍ଗ ଦୋକାନ କୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବରେ ହଟାଇବାକୁ ଜନସାଧାରଣ ଦାବି କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment