ଜମି କିଣାବିକା ଦଲିଲ୍ ରଦ୍ଦ ମାମଲା, ପଞ୍ଜୀକୃତ ଦଲିଲ୍ ରଦ୍ଦ କରିପାରିବେନି ସବ୍-ରେଜିଷ୍ଟ୍ରାର୍
ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ଏକ ଆବେଦନର ବିଚାର କଲାବେଳେ ଅଦାଲତ କହିଛନ୍ତି ଯେ "ରେଜିଷ୍ଟ୍ରେସନ ଆକ୍ଟ-୧୯୦୮' ଅନୁଯାୟୀ ଥରେ ଏକ ଦଲିଲ ପଞ୍ଜୀକୃତ ହୋଇଯିବା ପରେ ଏହାକୁ ରଦ୍ଦ କରିବା ପାଇଁ ସବ୍-ରେଜିଷ୍ଟ୍ରାର କିମ୍ବା ଇନ୍ସପେକ୍ଟର ଜେନେରାଲଙ୍କ କୌଣସି ସ୍ପଷ୍ଟ କ୍ଷମତା ନାହିଁ । ରେଜିଷ୍ଟ୍ରିଂ ଅଫିସରଙ୍କ କାର୍ଯ୍ୟ କେବଳ ପ୍ରଶାସନିକ ଏବଂ ସେ ଦଲିଲ୍ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ବା "ଟାଇଟଲ' ଉପରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment