ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅସୁସ୍ଥ
ବାଙ୍କୀ , -/: ବାଙ୍କି ବ୍ଲକ ଅନ୍ତର୍ଗତ କଦଳୀ ବାଡି ପଞ୍ଚାୟତ ସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୂଅରେ ବ୍ଲିଚଙ୍ଗ ପକାଇ ବିଶୋଧିତ କରାଯିବ ସହ ବିଦ୍ୟାଳୟରେ ଅନୁପସ୍ଥିତ ଛାତ୍ର ଛାତ୍ରୀ ରିପୋର୍ଟ ସଂଗ୍ରହ କଲା ମେଡିକାଲ୍ ଟିମ୍ । ଏଭଳି ଖବର ପାଇ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କଲେ ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା , ବିଡ଼ିଓ ଅଗ୍ନିଜା ସିବଦତ୍ତ୍ , ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ , ଡାକ୍ତର କାଶୀନାଥ ପଣ୍ଡା , ମୋନାଲିସା ରାଉତରାୟ , ସୁପର ଭାଇଜର ମାନଭଞ୍ଜନ ଦଳେଇ , ସଞ୍ଜୟ ପୃଷ୍ଟି ପ୍ରମୁଖ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରକାଶ ଥାଉ କି କଦଳୀ ବାଡି ସେବାଶ୍ରମ ସରକାରୀ ବିଦ୍ୟାଳୟରେ ୭୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଛାତ୍ର ଛାତ୍ରୀ ମାନେ । ଯାହାକୁ ନେଇ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ବିଦ୍ୟାଳୟ ପରିସରରେ ଥିବା ପାନୀୟ କୂଅ ଏବଂ ନଳକୂପ ପାଖରେ ନିର୍ମାଣ କରାଯାଇଥିବା ଶୌଚାଳୟ ଏବଂ ନିର୍ମାଣ ଧୀନ ପାଣି ଟାଙ୍କି କୁ ବିଦ୍ୟାଳୟ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନ କରାଯାଉନଥିବା ହେତୁ ଏଭଳି ଘଟଣା ର ଶିକାର ହେଇଛନ୍ତି ବିଦ୍ୟାଳୟ ର ଶିଶୁମାନେ ବୋଲି ଅବିଭାବକ ଓ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । କଦଳୀ ବାଡି ପଞ୍ଚାୟତ ନିକଟ ଓସ୍ତିଆ ପଞ୍ଚାୟତ ରେ ବିଡିଓ ଙ୍କ ଜନ ଶୁଣାଣି ସମୟ ବେଳେ ବାଙ୍କୀ ଏ ବି ଡି ଓ ମିତା ବେହେରା କଦଳୀ ବାଡି ଗ୍ରାମ ଲୋକେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିଥିଲେ । ଖବର ପାଇ ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ ମେଡ଼ିକାଲ ଟିମ୍ ପଠାଇ ତଦନ୍ତ ଜାରି ରଖିଛନ୍ତି । ବିଦ୍ୟାଳୟ ରେ ଥିବା କୂଅ, ନଳକୂପ ଏବଂ ଗ୍ରାମର କେତେକ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି । ଅନ୍ୟପଟେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଫଳରେ ବିଦ୍ୟାଳୟରେ ୭୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଭୟରେ ବିଦ୍ୟାଳୟ କୁ ଆସୁନଥିବା ବେଳେ ସୋମବାର ଦିନ ୨୭ ଜଣ , ମଙ୍ଗଳ ବାର ଦୀନ ୨୮ ଜଣ ଏବଂ ବୁଧବାର ଦିନ ୨୯ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ୬ ଜଣ ଛାତ୍ର ଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ବେଳେ ୬୧ ଜଣ ଛାତ୍ର ଛାତ୍ରୀ ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ପଠାଯାଇଛି । ବିଦ୍ୟାଳୟ ରେ ଥିବା ପାନୀୟ କୂଅ ଓ ନଳକୂପ ବ୍ଲିଚିଙ୍ଗ ପକାଇ ବିଶୋଧିତ କରାଯାଇଛି । ଜଣ୍ଡିସ ରୋଗ ନହେବା ପାଇଁ ମେଡ଼ିକାଲ ଟିମ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment