ନୟାଗଡ଼ ଜିଲ୍ଲାରେ ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ରୀୟ ଅଧିକାରୀ
ନୟାଗଡ଼ ଜିଲ୍ଲାରେ ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକ ଦୁଇ ଦିନିଆ ତଥା ତା ୦୬.୦୩.୨୦୨୬ ଠାରୁ ୦୭.୦୩.୨୦୨୬ ରିଖ ପରିଦର୍ଶନ କଲେ କେନ୍ଦ୍ରୀୟ ଅଧିକାରୀ ଶ୍ରୀଯୁକ୍ତ ମନସୁର ହାସନ୍ ଖାଁ ଜଏଣ୍ଟ ସେକ୍ରେଟାରୀ ଆଣ୍ଡ ଏଫ .ଏ, ଡିପାର୍ଟମେଣ୍ଟ ଅଫ ୟୁଥ୍ ଆଫୀୟରସ ଆଣ୍ଡ ସ୍ପୋର୍ଟସ ଗଭରନ୍ ମେଣ୍ଟ ଅଫ ଇଣ୍ଡିଆ ଓ ରାଜ୍ୟ ଗଣଶିକ୍ଷା ସେକେଣ୍ଡାରୀ ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵଜିତ ସାହୁ ତତ୍ ସହ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତରଞ୍ଜନ ପାଣ୍ଡେ,ଅତିରିକ୍ତ ଜିଲ୍ଲାପାଳ,ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବନଲତା ବେହେରା ଯୋଗ ଦେଇଥିଲେ ଏବଂ ପି ଏମ୍ ଶ୍ରୀ ବିଦ୍ୟାଳୟ ଗୁଡ଼ିକରେ ସମାଜ ସଂସ୍କାର ଆଧାରିତ ଶିକ୍ଷା ତଥା କୗଶଳ ବିକାଶ ଶିକ୍ଷା, ମାନସିକ ସୁସ୍ଥତା, ଶାରୀରିକ ବିକାଶ, ଧନ୍ଦା ମୂଳକ ଶିକ୍ଷା, ଖେଳ, କଂପ୍ୟୁଟର ଓ ଅର୍ଥନୈତିକ ସଠିକ୍ ପରିଚାଳନା , ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ଵ ଦେଇ ଆଲୋକପାତ କରିଥିଲେ।
ପ୍ରଥମେ ଅଧିକାରୀ ମାନେ ସର୍କିଟ ହାଉସ୍ ରୁ ବାହାରି ପିଏମ୍ ଶ୍ରୀ କେନ୍ଦୀୟ ବିଦ୍ୟାଳୟ ନୟାଗଡ଼, ପରେ ନୂଆଗାଁ ବ୍ଲକ୍ ପିଏମ୍ ଶ୍ରୀ ହାଇୟର ସେକେଣ୍ଡାରୀ ବିଦ୍ୟାଳୟ , ମହିପୁର ପରେ ଶ୍ରୀମତୀ ମଧୁମିତା ରଥ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ବୈଠକ ଭବନରେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସମସ୍ତ ପିଏମ୍ ଶ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ବୈଠକ ପରେ ପିଏମ୍ ଶ୍ରୀ ଆର ସି ଉଚ୍ଚ ବିଦ୍ୟାଳୟ , ଖଣ୍ଡପଡ଼ାକୁ ଅଧିକାରୀ ବୃନ୍ଦ ଗ୍ରସ୍ତ କରି ଖୁସୀ ବ୍ୟକ୍ତ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀଲିପ୍ସା ନନ୍ଦ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ନୂଆଗାଁ ବିଡ଼ିଓ, ଖଣ୍ଡପଡ଼ା ବିଡ଼ିଓ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି ସାହୁ,ଶ୍ରୀମତୀ ସଂଧ୍ୟାରାଣୀ ରାଉତ, ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ, ବିରଞ୍ଚି ବାବୁ ପି ଏମ କୋର୍ଡିନେଟର ,କୃଷ୍ଣାରାଣୀ ମାଝୀ ପେଡାଗୋଜି କୋର୍ଡିନେଟର , ସରୋଜ କୁମାର ସାହୁ, ଶିକ୍ଷକ ପ୍ରତାପ କୁମାର ପରିଡ଼ା ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।
ମଣିଭଦ୍ରା ଖବର,ନୟାଗଡ



Post a Comment