ଡେଙ୍ଗାଝରୀ ଗ୍ରାମ୍ୟ ରାସ୍ତା ନିମ୍ନମାନରକାମ ହୋଇଥିବାରୁ ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମ ବାସି ଦାବି କରିଛନ୍ତି
*ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକl
ରଣପୁର ,ରାଜ୍ୟ ସରକାର ଜନସାଧାରଣମାନଙ୍କ ଗମନାଗମନ ସୁବିଧା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ଅନ୍ତର୍ଗତ ଡେଙ୍ଗାଝରୀ ଗ୍ରାମରେ ! ସୂଚନା ଅନୁଯାୟୀ ଏହି ରାସ୍ତା କାମ ନୟାଗଡ଼ ଜିଲ୍ଲାପରିଷଦ ତରଫରୁ ଡେଙ୍ଗାଝରୀ ଗ୍ରାମରେ ୫ଟି ନୂତନ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଅଛି !
ପ୍ରଥମଟି -୪ଲକ୍ଷ ଏକତିରିସି ହଜାରଟଙ୍କା ,ଦ୍ୱତୀୟଟି ଏକ ଲକ୍ଷ ପଚାଶ ହଜାରଟଙ୍କା , ତୃତୀୟ କାର୍ଯ୍ୟଟି 3ଲକ୍ଷ ପଚାଶ ହଜାର ଟଙ୍କା,୪ର୍ଥ ଟି ଏକ ଲକ୍ଷ ଛାୟାଶୀ ହଜାର ପାଞ୍ଚଶହ ବତିଶ ଟଙ୍କା ଓ ୫ମ ଟି ଏକ ଲକ୍ଷ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଅଛନ୍ତି !
ଏହିନୂତନ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ରହୁଥିବାରୁ ଠିକାଦାର ନିଜ ମନଇଚ୍ଛାରେ ଅଧିକା ବାଲି,ମେଣ୍ଟାଲ ଓ କମ ପରିମାଣର ସିମେଣ୍ଟ ବ୍ୟବହାର ସହିତ ପାଣି ପକାଯାଉ ନ ଥିବାରୁ ରାସ୍ତାଟି ଫାଟି ଆଁ କଲାଣି ଏ ନେଇ ଦର୍ପନାରାୟଣପୁର ସରପଞ୍ଚ ସସ୍ମିତା ରାଉତ, ସମିତିସଭ୍ୟ ଶକୁନ୍ତଳା ସାହୁ, ସମାଜସେବୀ ବାବୁଲା କୁମାର ରାଉତ,ଡେଙ୍ଗାଝରୀ ଗ୍ରାମବାସୀ ମାନେ ଏହି ନିମ୍ନମାନର କାର୍ଯ୍ୟକୁ ଘୋର ବିରୋଧ କରି ରଣପୁର ମଣ୍ଡଳ ଉର୍ନୟନ ଅଧିକାରୀ ମନୋଜ କୁମାର ନାୟକ ଓ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କୁ ଏଥି ପ୍ରତି ଶୀଘ୍ର ପଦକ୍ଷେପ ନେଇ ଏହାର ସତ୍ୟ ସତ୍ୟ ଉପରେ ତଦନ୍ତ କରି ଠିକାଦାର ଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଅଛନ୍ତି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment