ଜୁନାଗଡ଼ ରେ ସଡ଼କ ଦୁର୍ଘଟଣା, ପୂର୍ବତନ ଏସ୍ ଡି ଏମ୍ ଓ ଡାକ୍ତର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧୀନ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅବସରପ୍ରାପ୍ତ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଧୂକାରୀ (SDMO) ଡାକ୍ତର ହରିଶ୍ଚନ୍ଦ୍ର ସ୍ପୃନ୍ଦ୍ର ପ୍ରଧାନ (୮୦)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲ୍ଲାରେ ଶୋକର ଛାୟା ପ୍ରସାରିତ କରିଛି। ସୂଚନା ଅନୁଯାୟୀ,ଡାକ୍ଟର ପଧାନ ଧାନ ଭବାନୀପାଟଣାରୁ ଗାଡ଼ିରେ ଧର୍ମଗଡ଼କୁ କୁ ଯାଉଥିବା ସମୟରେ ଜାତୀୟ ରାଜପଥ-୨୬ ଉପରେ ବଳଦିଆମାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା ପାଖରେ ଅଟକି ରହିଥିବା ଏକ ଟ୍ରକ ସହିତ ତାକ ତାଙ୍କର ଗାଡ଼ି ଭୟଙ୍କର ଧକ୍କା ଖାଇଥିଲା। ଧକ୍କା ଏତେ ଭୟଙ୍କର ଥୁଲା ଯେ,ଘଟଣ ଘଟଣାସ୍ଥଳରେ ଡାକ୍ତର ପ୍ରଧାନଙ୍କ ଜୀବନ ଚାଲି ଯାଇଥିଲା । ଘଟଣାରେ ଗାଡ଼ି ଗୁରୁତର ଆହତ ହୋଇଥିବାବେଳେ,ତାଙ୍କୁ ତୁରନ୍ତ ନିକଟସୁ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡାକ୍ତର ପ୍ରଧାନଙ୍କ ଅକାଳ ମୃତ୍ୟୁରେ ଚିକିତ୍ସା ମଣ୍ଡଳୀ ସହ ଜିଲ୍ଲାର ବିଭିନ୍ନ ସ୍ତରରେ ଶୋକ ପ୍ରକାଶ ପାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment