*ଅଟୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଓର୍କେଲ ପୋଲିସ*
୧୫୦ କିଲୋ ଗଞ୍ଜେଇ ସହ ଗୋଟିଏ ମୋବାଇଲ ଜବତ
ଜଣେ ଗିରଫ, ଅନ୍ୟ ଜଣେ ଫେରାର
ବାଲିମେଳା /
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଅଟୋ ଯୋଗେ ବାଲିମେଳା ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ବାହାର ରାଜ୍ୟକୁ ବେଆଇନ ଭାବେ ଏକ ଅଟୋ ଗାଡି ନମ୍ବର -ଓଡି-୩୦-ହେଚ-୩୫୦୭ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଘଟଣା ସ୍ଥଳରୁ ଗିରଫ କରିଥିବା ବେଳେ ଉକ୍ତ ଅଟୋରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଫେରାର ଥିବା ଜଣା ପଡିଛି।ତେବେ ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ବାଲିମେଳା ସହରର ଗୌଡ଼ଗୁଡା ସାହିର ଦୂର୍ଯ୍ୟଧନମୋରିଆ -(୨୮) ବୋଲି ଜଣା ପଡିଛି। ତେବେ ଏନେଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ହରପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ
ସ୍ୱତନ୍ତ୍ର ଟିମ ସକାଳେ ବାଲିମେଳା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲିମେଳା ଅଞ୍ଚଳରୁ ଏକ ଅଟୋ ଦ୍ରୁତ ଗତିରେ ମାଲକାନଗିରି ଅଭିମୁଖେ ଯାଉଥିବା ଦେଖି ପୋଲିସର ସନ୍ଦେହ ହେବାରୁ ପୋଲିସ ଉକ୍ତ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ ଅଟୋରେ ପ୍ରାୟ ୧୫୦ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଘଟଣା ସ୍ଥଳରୁ ଉକ୍ତ ଅଟୋ ଚାଳକ ସମେତ ଗଞ୍ଜେଇ ଓ ଏକ ମୋବାଇଲକୁ ଜବତ କରିଥିଲେ।
ଉକ୍ତ ଅଟୋରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପୋଲିସକୁ ଦେଖି ଉକ୍ତ ଅଟୋରୁ ଡେଇଁ ଜଣେ ଚମ୍ପଟ ମାରିଥିବା ବେଳେ ପୋଲିସ ଧନୁର୍ଯୟ ନାମକ ବ୍ୟକ୍ତିକୁ ଗିରଫ କରି ଥାନାକୁ ଆଣିଥିଲା ପୋଲିସ।
ତେବେ ଏହି ଘଟଣାରେ ଜବତ ହୋଇଥିବା ଅଟୋ ଏବଂ ଗିରଫ ହୋଇଥିବା ବ୍ୟକ୍ତି ମାନେ ବାଲିମେଳା ସହର ବାସିନ୍ଦା ବୋଲି ଜଣା ପଡିଛି
ଏନେଇ ପୋଲିସ ପକ୍ଷରୁ ଥାନା କେସ ନମ୍ବର-୭୨/୨୦୨୬ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଧନୁର୍ଯୟ ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣାର ତଦନ୍ତ ଏସଆଇ ମନୋହର ସାହୁ ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment