BREAKING
Loading...
:

ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଜରୁରୀ କାଳୀନ ବୈଠକ

 ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଜରୁରୀ କାଳୀନ ବୈଠକ ।



ବଲାଙ୍ଗୀର,/ଟିଟିଲାଗଡ଼ - ଦୀର୍ଘ ତିରିଶ ବର୍ଷ ଧରି ଟିଟିଲାଗଡ଼ ଅଞ୍ଚଳବାସୀ ସରକାରଙ୍କ ନିକଟରେ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି। ତେବେ ବର୍ଷ ବର୍ଷ ଧରି ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି। ତେବେ ବାରମ୍ବାର କେବଳ ପ୍ରତିଶ୍ରୁତି ମିଳୁ ଥିବା ବେଳେ  ମୋହନ ମାଝୀଙ୍କ ସରକାର ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ନିଶ୍ଚୟ କରିବେ ବୋଲି ଆଶା ସଂଚାର ହୋଇଛି । ତେବେ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଏବେ ନୂତନ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ନେଇ ଟିଟିଲାଗଡ଼ ବାସି ବହୁତ୍ ଉତ୍ସାହିତ କାରଣ ବଲାଙ୍ଗିର ଜିଲ୍ଲାର ସର୍ବ ବୃହତ ସବ ଡିଭିଜନ ହୋଇଥିବା ବେଳେ ସମସ୍ତ ଦୃଷ୍ଟି କୋଣରୁ ଟିଟିଲାଗଡ଼ ଜିଲ୍ଲା ହେବା ପାଇଁ ଯୋଗ୍ୟ ଅଟେ। ତେଣୁ ଆମେ ସରକାରଙ୍କ ଉପରେ ନିଶ୍ଚୟ ଆଶା ସଂଚାର କରିବୁ ଯେ ନୂତନ ଜିଲ୍ଲା ଗଠନ ହେଲେ ନିଶ୍ଚିତ ଭାବେ ଟିଟିଲାଗଡ଼କୁ ଅଗ୍ରାଧିକାର ଦିଆଯିବ। ଏହି ଜରୁରୀ କାଳୀନ ବୈଠକରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ବେହେରା, ସମ୍ପାଦକ ମହେଶ ମହାନ୍ତି, ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସ, କଂଗ୍ରେସ ନେତା ବିରେନ୍ଦ୍ର ବାଗ, ଡମ୍ବରୁ ଧର ଛତ୍ରିଆ, ଦେବାନନ୍ଦ ସାହୁ, ତୁଳସୀ ସାହୁ, ସରପଞ୍ଚ ସଂଘ ରାଜ୍ୟ କାର୍ଯ୍ୟକାରି ସଭାପତି ଶ୍ରୀ ବୀରବର ସାହୁ, ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରଦୀପ ମହାନ୍ତି,ବିଜେପି ନେତା କୁନା ଭାଟି, ସ୍ଵାଧୀନ ବିଧାୟକ ପ୍ରାର୍ଥୀ ହରି ବହିଦାର, ଯାଦବ ସମାଜର ଘୀନୁ ଆଡ ଜୁଆଡ, ଟାଉନ କଂଗ୍ରେସ ସଭାପତି ରଞ୍ଜନ ଦାସ ଓ ଅନ୍ୟାନ୍ୟ ଜିଲ୍ଲା ପ୍ରେମୀ ଏକତ୍ରିତ ହୋଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS