BREAKING
Loading...
:

ଏମ୍ ଏମ୍ ସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଦଶପଲ୍ଲା ଚାମ୍ପିଅନ

 ଏମ୍ ଏମ୍ ସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଦଶପଲ୍ଲା ଚାମ୍ପିଅନ 


ଗଣିଆ ୧୭/୦୨(ସମିସ) ରାଧାକୃଷ୍ଣ ଯୁବକ ସଂଘ, କାଦୁଆ ଦ୍ୱାରା ଆୟୋଜିତ ଏମ୍‌.ଏମ୍‌.ସି‌.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଦଶପଲ୍ଲା ଓ ଇନ୍ଦିପଟା ଦଳ ମଧ୍ୟରେ ଅତ୍ୟନ୍ତ ରୋମାଞ୍ଚକ ଭାବେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଇନ୍ଦିପଟା ଦଳ ୨୦ ଓଭର୍‌ରେ ୮ଟି ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ଜବାବରେ ଦଶପଲ୍ଲା ଦଳ ୧୬.୩ ଓଭର୍‌ରେ  ଗୋଟିଏ ୱିକେଟ୍ ହରାଇ ୧୭୨ ରନ୍ କରି  ଚ୍ୟାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା।




ଏହି ଫାଇନାଲ୍ ମ୍ୟାଚ୍‌ରେ ଗଣିଆ ବ୍ଲକ୍ ଅଧ୍ୟକ୍ଷା  ଝୁନା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାନଦୀ ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା  ପଙ୍କଜ କୁମାର ସାହୁ, ପୂର୍ବତନ ଉପାଧ୍ୟକ୍ଷ  ପ୍ରଫୁଲ୍ଲ କୁମାର ବେହେରା ଓ ପୂର୍ବତନ ଶିକ୍ଷକ ଶ୍ରୀ ଯୁଗଳ କିଶୋର ସ୍ୱାଇଁ ଉପସ୍ଥିତ ଥିଲେ। ମ୍ୟାଚ୍‌ଟିକୁ ସଂଗ୍ରାମ କେଶରୀ ମହାନ୍ତି ଓ ତୁଷାର ରଞ୍ଜନ ମହାନ୍ତି ପରିଚାଳନା କରିଥିବାବେଳେ ରେଫେରୀ ଭାବେ ତ୍ରିଲୋଚନ ବସ୍ତି କାର୍ଯ୍ୟନିର୍ବାହ କରିଥିଲେ। ବିଜୟୀ ଦଶପଲ୍ଲା ଦଳକୁ ୬ ହଜାର ଟଙ୍କା ନଗଦ ପୁରସ୍କାର ଓ ରନର୍ସଅପ୍  ଇନ୍ଦିପଟା ଦଳକୁ ୪୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଦଶପଲ୍ଲା ଦଳର ଖେଳାଳି ଦିବାକର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ହାସଲ କରିଥିଲେ। ସମସ୍ତ ଦର୍ଶକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସ୍ଥାନୀୟ କ୍ରିକେଟ୍ ପ୍ରେମୀ ଓ ଗ୍ରାମବାସୀଙ୍କ ବ୍ୟାପକ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS