*ସ୍ୱୟଂସହାୟକ ଗ୍ରୁପ ଟଙ୍କା ହଡପ ମାହାଙ୍ଗା ପଡିଲା ସଭାପତିଙ୍କୁ*
ଗ୍ରୁପ ସଦସ୍ୟାଙ୍କ ଠାରୁ ଆଦାୟ ହୋଇଥିବା ୨ଲକ୍ଷ ୧୯ ହଜାର ଟଙ୍କା ବ୍ୟାଙ୍କରେ ଜମା ନକରି ହଡପ କରିଥବା ଅଭିଯୋଗ
ଅଭିଯୋଗ କ୍ରମେ ସୁରଭି ଦାସ ନାମକ ମହିଳାଙ୍କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ପୋଲିସ *
ବାଲିମେଳା N.A.C.
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ତ ନୀଳାଦ୍ରୀ ନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ଜଣେ ମହିଳାଙ୍କୁ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କୁ ହାଇଦ୍ରାବାଦ ସହରରୁ ଗିରଫ କରି ଆଣିବା ପରେ ଓର୍କେଲ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।ତେବେ ଏହି ଠକେଇ ମାମଲାରେ ଗିରଫ ହୋଇଥିବା ମହିଳା ଜଣକ ହେଉଛନ୍ତି ନୀଳାଦ୍ରିନଗର ଗ୍ରାମରେ ରହୁଥିବା ବସନ୍ତ ମହାପାତ୍ରଙ୍କ ସ୍ତ୍ରୀ ସୁରଭି ଦାସ-(୨୬) ବୋଲି ଜଣା ପଡିଛି। ତେବେ ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନୀଳାଦ୍ରୀ ନଗର ଗ୍ରାମରେ ମା ଲକ୍ଷ୍ମୀ ନାମକ ଏକ ସ୍ୱୟଂସାହାୟକ ଗଠନ କରାଯାଇଛି। ସୁରଭି ନାମକ ମହିଳା ଏହି ସ୍ୱୟଂ ସହାୟକ ଗ୍ରୁପର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହି ସ୍ୱୟଂ ସହାୟକ ଗ୍ରୁପର ମହିଳା ମାନେ କିଛି ମାସ ପୂର୍ବେ ବ୍ୟାଙ୍କରୁ ଗ୍ରୁପ ନାମରେ ମୋଟ ୨ ଲକ୍ଷ ୬୦ହଜାର ଟଙ୍କା ଋଣ ନେଇଥିଲେ। ଏହାପରେ ଗ୍ରୁପର ସଦସ୍ୟା ମାନେ ତଥା ଜଣେ ଜଣେ ସଦସ୍ୟ ବ୍ୟକ୍ତଗତ ଭାବେ ପ୍ରତିମାସରେ ଏହି ଋଣ ପରିଶୋଧ କରିବା ପାଇଁ ପ୍ରତି ମାସରେ ଗ୍ରୁପର ସଭାପତି ସୁରଭିଙ୍କୁ ପ୍ରତ୍ୟେକ ମାସକୁ ୨ ହଜାର ୨୦୦ ଟଙ୍କା ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଗ୍ରୁପର ସଭାପତି ସୁରଭି ଗତ କିଛି ମାସ ହେବ ସଦସ୍ୟ ମାନଙ୍କ ଠାରୁ ବ୍ୟାଙ୍କ ଋଣ ଶୁଝିବା ପାଇଁ ଆଦାୟ କରିଥିବା ମୋଟ ୨ ଲକ୍ଷ ୧୯ ହଜାର ଟଙ୍କା ବ୍ୟାଙ୍କର ଜମା ନକରି ସମସ୍ତ ଟଙ୍କା ହଡପ କରିଥିବା ସମ୍ବନ୍ଧରେ ଗ୍ରୁପର ଅନ୍ୟ ସଦସ୍ୟା ମାନେ ଜାଣିବାକୁ ପାଇଥିଲେ। ଏ ନେଇ ଗ୍ରୁପର ମହିଳା ମାନେ ସୁରଭିଙ୍କୁ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ବାରମ୍ବାର କହିଥିଲେ ମଧ୍ୟ ସେ ସେମାନଙ୍କର କଥାକୁ ନମାନି ଟଙ୍କା ନେଇ ହାଇଦ୍ରାବାଦ ପଳାଇ ଯାଇଥିଲେ। ଶେଷରେ ଉକ୍ତ ଗ୍ରୁପର ପୁଷ୍ପାଞ୍ଜଳି ଚୋଧୁରୀ ନାମକ ସଦସ୍ୟା ଅନ୍ୟ ମହିଳା ମାନଙ୍କୁ ସାଙ୍ଗରେ ନେଇ ଗତ ଡିସେମ୍ବର ୨୭ ତାରିଖରେ ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ ସୁରଭିଙ୍କ ବିରୁଦ୍ଧରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ପୋଲିସ ପକ୍ଷରୁ ଏନେଇ ଥାନାରେ କେସ ନମ୍ବର ୩୪୮/୨୦୨୫ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ସୁରଭିଙ୍କ ଫୋନ ଟ୍ରକିଙ୍ଗ କରି ମହିଳାଙ୍କୁ ଗତକାଲି ହାଇଦ୍ରାବାଦ ସହରରୁ ଗିରଫ କରି ଥାନାକୁ ଆଣିଥିଲେ।
ଏହି ଘଟଣାରେ ପୋଲିସ ବୁଧବାର ସୁରଭିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment