BREAKING
Loading...
:

ଶତାୟୁ ପୁରୁଷଙ୍କ ପରଲୋକ

 ଶତାୟୁ ପୁରୁଷଙ୍କ ପରଲୋକ 




ବେଲଗୁଣ୍ଠା -: ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟଙ୍ଗା ଗାଁ ର ନରସିଂହ ଜେନା  ୧୦୩ ବର୍ଷ ରେ  ନିଜ ବାସଗୃହ ଠାରେ  ଦେହତ୍ୟାଗ କରିଛନ୍ତି l ମୃତ୍ୟୁ ସମୟରେ ତାଙ୍କର ଚାରି ପୁଅ ଯଥାକ୍ରମେ  ବନବାସୀ, ଟୁନା, ଗୁରୁନାଥ, ସୁଶାନ୍ତ, ଦୁଇ ଝିଅ ଝୁନି, ରୁନି, ସ୍ତ୍ରୀ ସର୍ଜନୀ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ l  ତାଙ୍କ ମରଶରୀରକୁ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି,  

ଗାଁ ମଶାଣିରେ ଅନ୍ତିମ କାର୍ଯ୍ୟକ୍ରମ କରାଯାଇଥିଲା l ବଡପୁଅ ବନବାସୀ ମୁଖାଗ୍ନି  ଦେଲେ l ଅନ୍ତିମ କାର୍ଯ୍ୟକ୍ରମ ରେ ସାନ ଭାଇ ଭଜରାମ, ପୁରୁଷୋତ୍ତମ,ପୁତୁରା ଦୟାନିଧି, ଗୁରୁନାଥ, ବିପ୍ର, ଧ୍ରୁବ, ସନ୍ୟାସୀ, ତ୍ରିନାଥ, ପରି, ସୁରି, କୁମର, ଡାକ, ପର୍ଶୁରାମ, ନାତି ପ୍ରଶାନ୍ତ,  ଦୁତିକୃଷ୍ଣ, ପପୁ, ବାଳକୃଷ୍ଣ, ଶିବଶଙ୍କର, ଆଲୋକ, ଡା. ସତ୍ୟ ପ୍ରକାଶ ଉପସ୍ଥିତ ଥିଲେ I ସ୍ବର୍ଗତ ଜେନା ଜଣେ ମିଷ୍ଟଭାଷି, ଧର୍ମପରାୟଣ ଏବଂ ପରୋପକାରୀ ବ୍ୟକ୍ତି ଥିଲେ l ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ଯକ୍ତ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS