BREAKING
Loading...
:

ମତ୍ସ୍ୟ ବୈଷୟିକ ଅଧିକାରୀ ସମୀର ଦାସଙ୍କ ସଡକ ଦୁର୍ଘଟଣାରେ ପରଲୋକ*

 *ମତ୍ସ୍ୟ ବୈଷୟିକ ଅଧିକାରୀ ସମୀର ଦାସଙ୍କ ସଡକ ଦୁର୍ଘଟଣାରେ ପରଲୋକ*



କେନ୍ଦ୍ରାପଡା ଜିଲ୍ଲା କୁହୁଡି ଗ୍ରାମର,ସମିର ଦାସ୍ ଙ୍କ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି, ପାରାଦୀପ ସମୁଦ୍ରିକ ମତ୍ସ୍ୟ ବିଭାଗ ବରିଷ୍ଠ ମତ୍ସ୍ୟ ବୈଷୟିକ ଅଧୁକାରୀ ସମୀର ଦାସଙ୍କ ସଡ଼କ ଦୁର୍ଘଟଣାରେ  ମୃତ୍ୟୁ ହୋଇଯାଇଛି। ଶ୍ରୀ ଦାସ ପାରାଦୀପ ନେହରୁ ବଙ୍ଗଳା କାର୍ଯ୍ୟାଳୟରୁ ଡ୍ୟୁଟି ସାରି ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା କୁହୁଡି ଗ୍ରାମକୁ ଫେରୁଥିଲେ। ପାରାଦୀପ ଭୂତମୁଣ୍ଡାଇରୁ ନିଳାଞ୍ଚଳ ବଜାର ମଧ୍ଯରେ ନିଜ ବୁଲେଟ୍ ଗାଡ଼ିରେ ଯାଉଥିବା ସମୟରେ ପଛ ପଟୁ ଏକ ହାଇୱା ଓଡି ୧୯ ଏଚ୍ ୦୧୫୫ ଗାଡ଼ି ପିଟି ଦେଇଥିଲା। ଫଳରେ ଶ୍ରୀ,ସମିର ଦାସ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ,ଉଦ୍ଧାର କରି, କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଉଥିଲେ । ଯିବା ବାଟରେ ଶ୍ରୀ ଦାସଙ୍କ ମୃତ୍ୟୁ ହୋଇଯାଇଛି। ମାର୍ଶାଘାଇ ଥାନା ପକ୍ଷରୁ ଭକ୍ତ ହାଇଓକୁ ଜବତ କରାଯାଇ ଥାନାକୁ ନିଆଯାଇଥିବା ମାର୍ଶାଘାଇ ଥାନା ଅଧିକାରୀ,ତପନ କୁମାର ନାୟକ ସୂଚନା ଦେଇଛନ୍ତି। ତାଙ୍କର ଗୋଟେ ପୁଅ ଓ ଝିଅ ରହିଛନ୍ତି।ବତ୍ତମାନ ପୁରା କୁହୁଡି ଗ୍ରାମ ଶୋକାକୁଳ ରେ ସ୍ଥଵଧ ହୋଇଯାଇଛି ।।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS