BREAKING
Loading...
:

ଟି-ଟ୍ବେଣ୍ଟି ବିଶ୍ଵକପ,ଓ୍ବେଷ୍ଟଇଣ୍ଡିଜକୁ ହରାଇ ଭାରତ ସେମି ଫାଇନାଲରେ

 ଟି-ଟ୍ବେଣ୍ଟି ବିଶ୍ଵକପ,ଓ୍ବେଷ୍ଟଇଣ୍ଡିଜକୁ ହରାଇ ଭାରତ ସେମି ଫାଇନାଲରେ 


ବ୍ୟୁରୋ ରିପୋର୍ଟ (ମଣିଭଦ୍ରା ଖବର) ଇଡେନ ଗାର୍ଡେନରେ ଏକ କର ବା ମର ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଭାରତ ଟି-ଟ୍ବେଣ୍ଟି ବିଶ୍ଵକପର ସେମି ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସ୍ ଜିତି ଭାରତ ଫିଲଡି° ନିଷ୍ପତ୍ତି ନେଇଥିଲା । ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଯଶପ୍ରିତ ବୁମରା ୨ଟି,ବରୁଣ ଚକ୍ରବର୍ତ୍ତୀ ୧ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ଆବଶ୍ୟକୀୟ ୧୯୯ ରନ୍ ସଂଗ୍ରହ କରି ବିଜୟ ଲାଭ କରିବା ସହିତ ସେମି ଫାଇନାଲରେ ପ୍ରବେଶ କରିଛି । ଭାରତ ତରଫରୁ ସଞ୍ଜୁ ସାମସନ ଅପରାଜିତ ଅର୍ଦ୍ଧ ଶତକ ହାସଲ କରିବା ସହିତ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୫ ତାରିଖରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ବୋଲି ଜଣାପଡିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ୪ ତାରିଖରେ ପ୍ରଥମ ସେମିଫାଇନାଲରେ ପରସ୍ପରକୁ ଭେଟିବେ । 

ମଣିଭଦ୍ରା ଖବର, ବ୍ୟୁରୋ 

Post a Comment

أحدث أقدم
Header ADS