ଏପ୍ରିଲ୍ ୨୧ରେ ଗଣିଆ ଲଙ୍କା ପୋଡ଼ି ଯାତ୍ରା
ଗଣିଆ (ମଣିଭଦ୍ରା ଖବର) ଗଣିଆ ଲଙ୍କା ପୋଡ଼ି ଯାତ୍ରା ଆସନ୍ତା ଏପ୍ରିଲ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଜଣାପଡିଛି । କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ମାସ ୨୭ ତାରିଖରେ ଶ୍ରୀରାମ ନବମୀ ପଡୁଥିବାରୁ ସେହି ଦିନ ରାତିରେ ଶ୍ରୀରାମ ଜନ୍ମ,ତାଡକା ବଧ ,୨୮ ତାରିଖରେ ସୀତା ବିବାହ, ପର୍ଶୁରାମ ଭେଟ,୨୯ ତାରିଖରେ ଶ୍ରୀରାମ ବନବାସ,୩୦ ତାରିଖରେ ଭରତ ମିଳନ,୩୧ ତାରିଖରେ ସୀତା ଚୋରୀ,୦୧ ତାରିଖରେ ଶ୍ରୀରାମ ବିଳାପ,ସୁଗ୍ରୀବ ଭେଟ,ବାଳି ବଧ,୦୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଦଣ୍ଡଯାତ୍ରା ପାଇଁ ବିଶ୍ରାମ,୧୫ ତାରିଖରେ ସୀତା ଠାବ,୧୬ ତାରିଖ ବିଶ୍ରାମ,୧୭ ତାରିଖରେ ସେତୁବନ୍ଧ ପ୍ରତିଷ୍ଠା,ରାବଣର ଛତ୍ରଭଙ୍ଗ, ବିଭୀଷଣ ଶରଣ,୧୮ ତାରିଖରେ ନାଗଫାଶ ବନ୍ଧନ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ,୧୯ ତାରିଖରେ ରାବଣର ବ୍ରହ୍ମଜ୍ଞାନ ଚର୍ଚ୍ଚା,ମହିରାବଣ ବଧ,୨୦ ତାରିଖରେ ଲକ୍ଷ୍ମଣ ଶକ୍ତିଭେଦ,ବୀରବାହୁ ବଧ,୨୧ ତାରିଖରେ ମୁଖ୍ୟ ଉତ୍ସବ ରାବଣ ବଧ (ଲଙ୍କା ପୋଡ଼ି ଯାତ୍ରା),୨୨ ତାରିଖରେ ଶ୍ରୀରାମ ଅଭିଷେକ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ତରଫରୁ ସୂଚନା ମିଳିଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق