BREAKING
Loading...
:

ସରକାରୀ ଚିକିତ୍ସା ସହାୟତା ଯୋଗାଇ ଦେବା ନିମନ୍ତେ ଦାବି,

 ସରକାରୀ ଚିକିତ୍ସା ସହାୟତା ଯୋଗାଇ ଦେବା ନିମନ୍ତେ ଦାବି,





ବଲାଙ୍ଗୀର/ଟିଟିଲାଗଡ,ଗତ ଅଗଷ୍ଟ ମାସରେ ଟିଟିଲାଗଡ ଥାନା ଅନ୍ତର୍ଗତ ଦେସିଲ 

ଗ୍ରାମର ସେବତୀ ଛତ୍ରିଆ ନାମ୍ନି ଜଣେ ପ୍ରସୂତି ମହିଳାଙ୍କ ଅସ୍ତ୍ରୋପଚାର ବେଳେ ତୃଟି ବଶତଃ ଖାଦ୍ୟ ନଳୀ ବ୍ଲେଡ ରେ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡାକ୍ତର ପ୍ରଥମେ ବଲାଙ୍ଗୀର ପଥେଇଥିଲେ । ଆବଶ୍ୟକୀୟ ସରଞ୍ଜାମ ନ ଥିବା ଦର୍ଶାଇ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାସାଧିକ କାଳ ଧରି ଭୁବନେଶ୍ୱର ରେ ରଖି ଚିକିତ୍ସା କରାଯାଇଥିବା ବେଳେ ସେ ଆରୋଗ୍ୟ ଲାଭ କରି ପାରି ନାହିଁ । ଗତ ତିନି ଦିନ ଧରି ଟିଟିଲାଗଡ ଡ଼ାକ୍ତରଖାନା ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭର୍ତ୍ତି କରି ରଖାଯାଇଛି । ଆବଶ୍ୟକୀୟ ଜରୁରୀ ଚିକିତ୍ସା ଆବଶ୍ୟକ ହେଉ ଥିବା ବେଳେ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେବା ସହ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ ରେଡକ୍ରସ ପାଣ୍ଠି ରୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ସେବତୀ ଙ୍କ ସ୍ବାମୀ ଗୁହାରି କରିଛନ୍ତି । ସେବତୀ ଙ୍କ ଜନ୍ମିତ ଶିଶୁ ସନ୍ତାନ ସଠିକ୍ ଥିବା ବେଳେ ତାଙ୍କ ଚିକିତ୍ସା ଦିଗରେ ସମସ୍ତ ବ୍ୟବସ୍ଥା କରାଯିବାକୁ ଜନସେବା ସି ବି ଓ ତରଫ ରୁ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS