BREAKING
Loading...
:

ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା: ବ୍ଲକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ।

 ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା: ବ୍ଲକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ।

-------------------------

 



ସ୍ଥାନୀୟ ବି ସି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରଙ୍ଗେଇଲୁଣ୍ଡା ବ୍ଳକ ସ୍ତରୀୟ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଇତି ଅବସରରେ ବ୍ରହ୍ମପୁର ମହାନଗର ନିଗମ ରୁ ୭୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ରଙ୍ଗେଇଲୁଣ୍ଡା ବ୍ଳକ ତରଫରୁ ୮୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ତଥା ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ।ଇତି ଅବସରରେ ମୁଖ୍ୟ ଅତିଥିଭାବେ ଦୈନିକ ଆଶାର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଡ଼ଃ ପ୍ରକାଶ ଚନ୍ଦ୍ର ନନ୍ଦ ଏବଂ ବ୍ରହ୍ମପୁର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ଶୁକ୍ଳା ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବେ କାର୍ଯ୍ୟ କ୍ରମରେ ଉଦ୍ଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ସ୍ଵାଗତ ଭାଷଣ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ।

"ଦିବ୍ୟାଙ୍ଗଜନ ହେଉଛନ୍ତି ସମାଜର ଅଭିଚ୍ଛେଦ୍ୟ ଅଙ୍ଗ , ସେମାନଙ୍କ ବିକାଶ ରେ ହଁ ଆମର ଦ୍ରୁତ ବିକାଶ"। ଏହି ବାର୍ତ୍ତା ଦେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପତ୍ରିକା "ପ୍ରୟାସ" ମଞ୍ଚାସୀନ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆଳୁ ଚାମଚ,ବାଲଟି ବଲ୍ ଏବଂ ସଂଗୀତ ଚୌକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସମସ୍ତ  ବି ଆର୍ ଟି, ସମସ୍ତ ସ୍ଵେଚ୍ଛାସେବୀ ଙ୍କ କାର୍ଯ୍ୟ କର୍ତ୍ତା ସମସ୍ତ ଉପ ଶିକ୍ଷାଧିକାରୀ ଙ୍କ ସମତେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କାରୀଙ୍କୁ‌ ନେଇ ଏକ ବିଶାଳ ଶୋଭାଯାତ୍ରା ଲୋକଙ୍କ ସଚେତନତା ଉଦ୍ଦେଶ୍ୟରେ ସଂଘଟିତ ହୋଇଥିଲା।

ଉଦ୍ ଯାପନୀ  ଉତ୍ସବରେ ନବୀନ ପତ୍ରିକା ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି କୁମାର ରଥ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ଵ ଦିବ୍ୟାଙ୍ଗ ଦିବସ ର ଐତିହାସିକ ପୃଷ୍ଠଭୂମି ଏବଂ ଏହାର ତାତ୍ପର୍ଯ୍ୟ ସହିତ ସରକାରଙ୍କ ଦ୍ୱାରା ପ୍ରଚଳିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବିଭିନ୍ନ ସରକାରୀ ପ୍ରାବଧାନ ସଂପର୍କରେ ଆଲୋକପାତ କରିଥିଲେ। ପରିଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ସିଲ୍ ବଣ୍ଟନ କରିଥିଲେ।ସଭା ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ଶୀତ ବସ୍ତ୍ର ସହାୟକ ଉପକରଣ ମିଷ୍ଟାନ୍ନ ଯାତାୟାତ ଖର୍ଚ୍ଚ ବଣ୍ଟନ ପୂର୍ବକ ବି ଆର୍  ସି  ସି  ଜଗନ୍ନାଥ ଭୂୟାଁ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଗୋଇଲୁଣ୍ଡି   ସି ଆର୍ ସି ସି  ମଞ୍ଚ ପରିଚାଳନା କରିଥିବାବେଳେ ନିରୁପମା ଦାଶ,ବିଦୁଷା ମିଶ୍ର, ସୂର୍ଯ୍ୟ ନାରାୟଣ ମହାନ୍ତି କାର୍ଯ୍ୟ କ୍ରମର ସମସ୍ତ ଆମୁଳଚୁଳ ଦାୟୀତ୍ଵ ସକ୍ରିୟ ଭାବେ ତୁଲାଇଥିଲେ।ବି ସି  ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସହ ରଙ୍ଗେଇଲୁଣ୍ଡା ବ୍ଳକ ର ସମସ୍ତ ସି ଆର୍ ସି ସି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS