BREAKING
Loading...
:

ଶ୍ରମ ଆଇନ ବାତିଲ କରିବା ନେଇ ବିଧାନସଭା ସମ୍ମୁଖରେ ୨ୟଦିବସରେ ରାଜ୍ୟସ୍ତରୀୟ ଗଣ ଧାରଣା

 ଶ୍ରମ ଆଇନ ବାତିଲ କରିବା ନେଇ

       ବିଧାନସଭା ସମ୍ମୁଖରେ 

୨ୟଦିବସରେ ରାଜ୍ୟସ୍ତରୀୟ ଗଣ ଧାରଣା 

----------------------------------------



 ମିଳିତ ଶ୍ରମିକ ସଂଗଠନ ( INTUC, CITU, AITUC, AICCTU, AITUC,TUCC, HMS, UTUC, SEWA and Indipandant Fadaration ) ତରଫରୁ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ରାଜ୍ୟ ସ୍ତରୀୟ ଗଣ ଧାରଣା ଦିଆଯାଇଛି। 

       10 ଘଣ୍ଟା ଶ୍ରମ ଆଇନ ବାତିଲ କରି ଶ୍ରମିକ ମାନଙ୍କ 8 ଘଣ୍ଟା ଆଇନ ଲାଗୁ କରିବା, ଶ୍ରମିକ ମାନଙ୍କୁ ମାସିକ 2600 ହଜାର ଟକାଂ ଓ ପାଚିକା ମାନଙ୍କୁ ସରକାରୀ ମାନ୍ୟତା  ପ୍ରଦାନ କରିବା, ଶ୍ରମିକ, କର୍ମଚାରୀ ବିରୋଧ ଶ୍ରମ କୋଡ଼ କୁ ବାତିଲ କରିବା, ଶ୍ରମିକ ମାନଙ୍କୁ ରାତ୍ର କାମ ବଦଂ କରିବା, ନୂତନ ଶିକ୍ଷା ନୀତି 2020 ବାତିଲ ,  କେନ୍ଦ୍ର ସରକାରଙ୍କ ଘୋଷଣା , ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି କରିବା, ପିଲାସଂଖ୍ୟା କମ ପାଇଁ ବନ୍ଦ ,ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକା ଙ୍କୁ ଭତ୍ତା ପ୍ରଦାନ କରିବା । ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ମଧ୍ୟାନ୍ନ ଭୋଜନ କାମ ବ୍ୟତିତ  ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ଖର୍ଜ ବୃଦ୍ଧି କରିବା ନେଇ ଦାବି କରାଯାଇଛି। 

ଉଦବୋଧନ ଦେଇଥିଲେ 

----------------------------------------

 ମହେନ୍ଦ୍ର ପରିଡା (AICCTU), ବିଦ୍ୟାଧର ମହାନ୍ତି (Intuc), ଜ୍ଯୋତିରଞ୍ଜନ ମହାପାତ୍ର (TUCC) ପୁଷ୍ପା ଦାସ (CITU), ସତ୍ୟ ତ୍ରିପାଠୀ ( HMS) ବିଷ୍ଟୁ ମହାନ୍ତି (AITUC) ରାଧାକାନ୍ତ ସେଠୀ( AICCTU ଦୀପ୍ତି) ବେବରିଆ ଓ ଅନାନ୍ୟ ନେତା ଗଣ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS