ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଏବଂ କତୃପକ୍ଷ ମହାସଂଘ ବୈଠକ ଅନୁଷ୍ଠିତ
===================
ବ୍ରହ୍ମପୁର
ବ୍ରହ୍ମପୁରସ୍ଥିତ ଗଂଜାମ କଳା ପରିଷଦରେ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଏବଂ କର୍ତ୍ତୃପକ୍ଷ ମହାସଙ୍ଘ ବୈଠକ ଅନୁଷ୍ଠିତ ହୋଇଛି, ଏହି ବୈଠକରେ ନୂତନ ଭାବେ ପ୍ରଶାନ୍ତ ମହାପାତ୍ର ନିର୍ବାଚିତ ହୋଇଥିଲେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କର୍ମକର୍ତ୍ତାଙ୍କ ଉଦ୍ୟମରେ ବେସରକାରୀ ବିଦ୍ୟାଳୟ ଗୁଡିକ ସୁସଙ୍ଗଠିତ ହୋଇ ରାଜ୍ୟରେ ଶିକ୍ଷାକୁ କିପରି ସୁଦୃଢ଼ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା କରିଥିଲେ ଏହି ଅନୁଷ୍ଠାନ ମାନେ ବିଦ୍ୟାଳୟ ରେ କିଛି କର୍ମଚାରୀ ନିଯୁକ୍ତି ଦେଇ କିଛି ବେକାର ସମସ୍ୟ। ଦୂରୀକରଣ କରିପାରିବା ସଙ୍ଗେ ସଙ୍ଗେ ଶିକ୍ଷାର ମାନ ବୃଦ୍ଧି କରିପାରିଛନ୍ତି. ପୂର୍ବତନ ବିଧାୟକ ଜଗନ୍ନାଥ ଦାସ ବେସକାରୀ ଶିକ୍ଷକ ଏବଂ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ପୂର୍ଣ୍ଣ ସହଯୋଗର ପ୍ରତିଶୁତି ଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରୁ ସଙ୍ଗଠନ ସୁଦୃଢ଼ କରିବା ପାଇଁ ସ୍ଥିର କରାଯାଇଥିଲା । ରମେଶ ବେହେରାଙ୍କୁ ପ୍ରଚାର ପ୍ରସାର କରିବା ଦାୟିତ୍ୱ ପ୍ରଦାନ କରଯାଇଥିଲା।ସଭାପତି ପ୍ରଶାନ୍ତ ମହାପାତ୍ର ସମସ୍ତ ପ୍ରକାର ସହାୟତା ପ୍ରଦାନ କରି ଘରେଇ ବିଦ୍ୟାଳୟଙ୍କ ସମସ୍ୟା ଦୂରୀକରଣ ସରକାରଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଚେଷ୍ଟା କରିବି କହି ଧନ୍ୟବାଦ ପ୍ରଦାନ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment