BREAKING
Loading...
:

ବାଲିଗୁଡ଼ା ରେ ମା ଲଷ୍ମୀ ଙ୍କ ପୂଜା ଧୂମାଧୁମ ପାଳିତ

 



କନ୍ଧମାଳ (ସଲମାନ୍ ଦିଗାଲ) ବାଲିଗୁଡ଼ା ରେ ମା ଲଷ୍ମୀ ଙ୍କ ପୂଜା ଧୂମାଧୁମ ପାଳିତ l ଦୀର୍ଘ 23ବର୍ଷ ହେଲା ମା ଲଷ୍ମୀ ଙ୍କ ପୂଜା ମା ମହାଲକ୍ଷ୍ମୀ ପୂଜା କମିଟି ଆୟୋଜନ ରେ ଚାଲିଆସିଛି l ପ୍ରଥମେ ପୂଜା ମା ଲଷ୍ମୀ ବାଲିଗୁଡ଼ା ସହର ବାସୀଙ୍କ ର ପୂଜା  ପାଉଛନ୍ତି l କଳସ ଯାତ୍ରା କରିବା ପରେ ଗୁରୁବାର ଦିନ ପୂଜାକାର୍ଯ୍ୟ କରାଯାଇଥିଲା |  ଭକ୍ତ ନିଜର ମନସ୍କାମନା ମା ଙ୍କ ପାଖରେ ଅରପି ଦେଉଛନ୍ତି ଓ ମା ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତ ଙ୍କ ସୁଅ ଚୁଟିଥିଲା, l କମିଟି ଦ୍ଵାରା ଖିରି ଏବଂ ମିଷ୍ଟନ୍ନ, କନିକା ଭୋଗ ଆଦି ବଣ୍ଟନ କରାଯାଇଛି l 5 ତାରିଖ ଶୁକ୍ରବାର ଦିନ ନୃତ୍ୟ ପ୍ରତିଯୋଗିତା କରିବା ସହ ଶନିବାର ଦିନ ପୌରାଣିକ ନାଟକ ସକାଳତୀର୍ଥ ତୋ ଚରଣେ ନାଟକ ମଞ୍ଚସ୍ଥ କରାଯିବ ଏବଂ ଶନିବାର ଦିନ ସମସ୍ତ ଭକ୍ତ ଙ୍କ ନିମନ୍ତେ ଅର୍ଣ୍ଣଛତ୍ର ବ୍ୟବସ୍ଥା କରାଯାଇଛି | ବାଲିଗୁଡ଼ା ମହାଲଷ୍ମୀ ପୂଜା କମିଟି  :ସଭାପତି ଚନ୍ଦନ ବିନ୍ଧାଣି. ସମ୍ପାଦକ ଅଷ୍ଟ ସାହୁ. କୋଷାଧକ୍ଷ. ରବୀନ୍ଦ୍ର ଡାକୁଆ ସମେତ ସମସ୍ତ ସଦସ୍ୟ ମାନେ ଏଥୁରେ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ |

ମଣିଭଦ୍ରା ଖବର, କନ୍ଧମାଳ 

Post a Comment

أحدث أقدم
Header ADS