BREAKING
Loading...
:

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ.

 ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ.




ବାଙ୍କୀ (ମାନସ ରଞ୍ଜନ ସାହୁ )ବାଙ୍କୀ ଡ଼ମପଡା ମଣ୍ଡଳ ଶିକ୍ଷାବିଭାଗ ପକ୍ଷରୁ ଖମାରଙ୍ଗ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ 2025 ପାଳିତ. ଏହି କାର୍ଯ୍ୟକ୍ରମ ରେ ୪0 ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ  ସେମାନଙ୍କ  ଅଭିଭାବକ  ଯୋଗ ଦେଇଥିଲେ.ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ମନବଳ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା. ଏହି ପ୍ରତିଯୋଗିତା ରେ ୧୨ ଜଣ ଛାତ୍ର ଛାତ୍ରୀ ନିଜର ଦକ୍ଷତା ପ୍ରତିପାଦିତ କରି ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି. ଏହା ସହିତ ଅନ୍ୟ ସମସ୍ତ ଦିବ୍ୟାଙ୍ଗ ଙ୍କୁ ସନ୍ତୋନା ମୂଳକ ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା. ଏହି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ନଗରପାଳ ମାଣିକ ସାହୁ, ଏବଂ ସମ୍ମାନିତ ଅତିଥି ଭାବେ  ବାଙ୍କୀ ଏନଏସି ର ୬ ନମ୍ବର ୱାର୍ଡ କାଉନସିଲର  ନିରୁପମା ବେହେରା  ଯୋଗଦେଇଥିବା ବେଳେ ସଭାପତିତ୍ୱ ର ଦାଇତ୍ୱ ତୁଲାଇଛନ୍ତି ଏ ବି ଓ ପ୍ରଫୁଲ କୁମାର ବେହେରା , ଏହି କାର୍ଯ୍ୟକ୍ରମ ରେ  ଯୋଗଦେଇଥିଲେ ଏ ବି ଓ ଜୟନ୍ତୀ ବିଶ୍ୱାଳ. ଅନ୍ୟପଟେ ମଞ୍ଚ  ପରିଚାଳନା କରିଛନ୍ତି ସହକାରୀ ମଣ୍ଡଳ ଶିକ୍ଷାଧିକାରୀ କାର୍ତ୍ତିକ ବେହେରା . ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ବଳ  ଶିକ୍ଷୟତ୍ରୀ  ଲିମା ମହାପାତ୍ର , ଏବଂ  ଧନ୍ୟବାଦ ଅର୍ପଣ କରିଛନ୍ତି ଜ୍ୟୋତ୍ରୀମାୟୀv ମହାପାତ୍ର,  ଏ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ହିସାବ ରକ୍ଷକ ନିରଞ୍ଜନ ମହାଭୋଇ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS