BREAKING
Loading...
:

ବିକାଶ ମୂଳକ କାର୍ଯ୍ୟ ପାଇଁ ବାଙ୍କୀ ବିଜେପିର ବ୍ଲକ ଚାଲ ଅଭିଯାନ

 ବିକାଶ ମୂଳକ କାର୍ଯ୍ୟ ପାଇଁ ବାଙ୍କୀ ବିଜେପିର ବ୍ଲକ ଚାଲ ଅଭିଯାନ 




ବାଙ୍କୀ (ମଣିଭଦ୍ରା ଖବର) ବାଙ୍କୀ ଡମପଡ଼ା ବ୍ଲକକୁ ବ୍ଲକ ଚାଲ ଅଭିଯାନରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଅଜୟ କୁମାର ସ୍ୱାଇଁ, ସୁବୋଳ ବେହେରାଙ୍କ ସମେତ ପଂଚାୟତର ଜୋନ୍‌ସ୍ତରୀୟ ଅନେକ କାର୍ଯ୍ୟକର୍ତ୍ତା ଗଣ ସାମିଲ୍ ହୋଇଥିଲେ । ଡମପଡ଼ା ବ୍ଲକ ଉନ୍ନୟନମୂଳକ କାର୍ଯ୍ୟଗୁଡିକ ତ୍ୱରାନ୍ୱୀତ କରି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶାବଳିକୁ ଗାଁରେ ପହଞ୍ଚାଇବା ଅଭିଯାନର ମୂଳ ଲକ୍ଷ୍ୟ । ବିଡିଓ ଅଂଶୁମାନ ଦାସଙ୍କ ସହ ଆଲୋଚନା କରି ବାର୍ଦ୍ଧକ୍ୟଭତ୍ତା, ବିଧବା ଭିତ୍ତା,  ଭିନ୍ନକ୍ଷମ ଭତ୍ତା ହିତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚୟନ କରିବା ସହ ରାସନକାର୍ଡ, ଅନ୍ତଦ୍ୱୟକାର୍ଡ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ବିଷୟରେ ଆଲୋଚନା କରିଥିଲେ । ପାନୀୟ ଜଳ, ଆଲୋକିକରଣ ଆଦି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଅସାମାଜିକ ଯୁବକମାନେ ବିଡିଓଙ୍କୁ ଚାପ ପ୍ରୟୋଗ କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ନେତାମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫକୀର ଚରଣ ଦାସ, ପଦ୍ମଲୋଚନ ନାୟକ, ଉତ୍କଳ ମନ୍ତ୍ରୀ, ରାମଚନ୍ଦ୍ର ପଡିହାରୀ, ସିଦ୍ଧେଶ୍ୱର ପାଇକରାୟ, ବିନୋଦ ଦାସ,  କବିରାଜ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 


ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ...

Post a Comment

Previous Post Next Post
Header ADS