*ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ଚାନ୍ଦା ଦେଇ ମାନସିକ ଦୁଶ୍ଚିନ୍ତାରେ ଶିକ୍ଷକ/ଶିକ୍ଷୟତ୍ରୀ*
ତିର୍ତ୍ତୋଲ:- ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ସଦାସର୍ବଦା ଦୁର୍ନୀତିର ସର୍ବାଗ୍ରେ ରହି ଆସିଛି, ମଧ୍ୟାହ୍ନ ଭୋଜନ ଠୁ ଆରମ୍ଭ କରି କର୍ମଚାରୀ ମାନଙ୍କ ଦରମା ଟଙ୍କା ଲୁଟ ସବୁଥିରେ ନଂ-୧ | ନିକଟରେ କାର୍ଯ୍ୟାଳୟ ର ଡାଟା ଏଣ୍ଟ୍ରି ଅପରେଟର ଙ୍କ ନାମରେ ମଣ୍ଡଳ ଶିକ୍ଷା ଅଧିକାରୀ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦରମା ଟଙ୍କା ଲୁଟିଥିବା ନେଇ | ବର୍ତ୍ତମାନ ଆଉ ଏକ ଦୁର୍ନୀତି ସାମ୍ନା କୁ ଆସିଛି ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ୧୦୦/୧୫୦ ଟଙ୍କା ଲେଖାଏଁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉଛି | ଅନେକ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଭୟରେ ଟଙ୍କା ଦେବାପାଇଁ ବାଧ୍ୟ ହେଉଛନ୍ତି | ଏହି ଘଟଣା କୁ ନେଇ ଅନେକ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିବା ଶୁଣିବାକୁ ମିଳୁଛି | ସୂଚନା ଅନୁସାରେ ଆସନ୍ତାକାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥପୁର,ତୀରଣ ଠାରେ ବ୍ଲକ ସ୍ଥରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୫-୨୬ ଅନୁଷ୍ଠିତ ହେବାକୁ ଯାଉଅଛି | ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ଥିବାବେଳେ ଚିନ୍ତାଗ୍ରସ୍ତ ଅଛନ୍ତି ଶିକ୍ଷକ/ଶିକ୍ଷୟତ୍ରୀ ମାନେ | ଏହାର କାରଣ ହେଉଛି ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉଛି ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କଠାରୁ | ଏହି ଚାନ୍ଦା ଆଦାୟ ର ଗୁରୁଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି କମଲ ସାର୍ | ଖାଲି ଦାୟିତ୍ୱ ନେଇ ନାହାନ୍ତି ତାହାକୁ ସୁଚାରୁରୂପେ ନିର୍ବାହ କରିବା ନିମନ୍ତେ ସମସ୍ତ ସିଆରସିସି ମାନଙ୍କ ନିକଟକୁ କଲେକ୍ସନ ଫର୍ମାଟ ସହିତ ହ୍ୱାଟ୍ସଆପ ଗ୍ରୁପରେ ଲିଖିତ ନିର୍ଦ୍ଧେଶନାମା ଜାରି କରିଛନ୍ତି | କମଲ ସାର୍ କାହିଁକି ଏବଂ କାହା ନିର୍ଦେଶରେ ବିନା ରସିଦରେ ଏହି ଚାନ୍ଦା ଆଦାୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ | ଅନ୍ୟପକ୍ଷରେ ବିନା ରସିଦରେ ଏହି ଟଙ୍କା ଆଦାୟ ହେଉଥିବା ଯୋଗୁଁ ଏହାର ହିସାବ କିଏ କେମିତି ଦେଇପାରିବ? ଏହି ଚାନ୍ଦା ଆଦାୟ ନିଜ ପକେଟ ଗରମ କରିବା ପାଇଁ ଏକ ଉନ୍ନତ ଯୋଜନା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି | ତେଣୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, କିଛି ମାତ୍ରାରେ ଦୁର୍ନୀତି ଉପରେ ରୋକ ଲଗାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ଦାବୀ ରଖୁଛନ୍ତି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment