BREAKING
Loading...
:

ମାସା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 ମାସା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ                                      



ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ପକ୍ଷରୁ ସହରସ୍ଥ ଅତିପୁରାତନ ରାଇରଙ୍ଗପୁର କଲେଜକୁ ପୂର୍ଣ୍ଣ ସରକାରୀ ମାନ୍ଯତା ଦାବୀରେ ରାଇରଙ୍ଗପୁର କଲେଜ ଠାରୁ ବିଶାଳ ଶୋଭାଯାତ୍ରାରେ କଲେଜ ଛାତ୍ରଛାତ୍ରୀ ଏବଂ ମାସା କର୍ମକର୍ତ୍ତା ବାହାରି ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ମାସାକର୍ମୀ ଜୋର ଦେଇ କହିଥିଲେ ଯେ ୧୯୬୩ ମସିହାରୁ ରାଇରଙ୍ଗପୁର କଲେଜ ପ୍ରତିଷ୍ଠିତ ହେଲେ ହେଁ ଏ ଯାବତ୍ ପୂର୍ଣ୍ଣ ସରକାରୀ ମାନ୍ଯତା ମିଳିପାରିନାହିଁ I ଦୀର୍ଘ ୬୨ ବର୍ଷ ଧରି ସେମି ଗଭର୍ମେଣ୍ଟ ଭାବେ ରହିଆସିଛି I ଏଠାରେ ୮୦ ପ୍ରତିଶତ ଗରିବ ସୀମାରେଖା ତଳେ ରହୁଥିବାରୁ , ସରକାରୀ ମାନ୍ଯତା ମିଳିଲେ ଶିକ୍ଷାର ଗୁଣବତ୍ତା ବୁଦ୍ଧିପାଇବ I ଶିକ୍ଷକ ଓ କର୍ମଚାରୀମାନଙ୍କର ଜୀବିକା ନିଶ୍ଚିତ ହେବ I ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ମାନର ଶିକ୍ଷା ପାଇଁ ବାରିପଦା, ବାଲେଶ୍ବର, ଭଦ୍ରକ, କଟକ ଓ ଭୁବନେଶ୍ବର ଯିବାକୁ ପଡିବନାହିଁ I କଲେଜରେ ପ୍ରଧ୍ଯାପକପ୍ରଧ୍ଯାପିକାମାନେ ଅଧ୍ଯାପନା କରିବେ I ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ମାନଦଣ୍ଡ ବଢିବ I ଛାତ୍ରଛାତ୍ରୀମାନେ ପାଠପଢା ସହିତ ଖେଳକୁଦରେ ନାଁ ଅର୍ଜନ କରିବେ I ଏହିସବୁ ସମସ୍ଯାକୁ ଆଖି ଆଗରେ ରଖି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନଙ୍କ ଜରିଆରେ ମୁଖ୍ଯମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ଯକ୍ରମରେ ମାସା ସଂଗଠନର ଜିଲ୍ଲା ସଭାପତି ରାମ ମୁର୍ମୁ, ସମ୍ପାଦକ ହାଡିବନ୍ଧୁ ଟୁଡୁ, ଉପସଭାପତି ପିଥ ସୋରେନ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ମାଝୀ, ବାମନଘାଟୀ ସଭାପତି ସୁନିଲ ସୋରେନ, ସମ୍ପାଦକ ମାସାଂ ହେମ୍ବ୍ରମ, ଉପସଭାପତି ରାଜେନ୍ଦ୍ର ସୋରେନ, ସହସମ୍ପାଦକ ଅନାଦି ସିଙ୍କୁ, କୋଷାଧକ୍ଷ ଜଗନ୍ନାଥ ମୁର୍ମୁ, ରାଇରଙ୍ଗପୁର କଲେଜ ସଭାପତି ଠାକୁର ହେମ୍ବ୍ରମ, ସମ୍ପାଦକ ଫୁଲମଣି ସୋରେନ ତଥା ରାମଦାସ ସୋରେନ, ମୁନିରାମ ସୋରେନ, ଗୋବିନ୍ଦ, ବଲାଇ, ଗଣେଶ, ଶିବ, ମେଘରାୟ ଓ ଫାତେ ପ୍ରମୁଖ ଯୋଗ ଦେଇଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS