**କର୍ଲାମୁଣ୍ଡା ସରପଞ୍ଚଙ୍କୁ ବ୍ଲକ ଅଫିସ ବାରଣ କଲେ ବିଡିଓ ସୁଚରିତା ମୁଗ୍ରି**
କଳାହାଣ୍ଡି, - : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଡ଼ିଓ ସୁଚରିତା ମୁଗ୍ରି ତା୨.୧୦.୨୦୨୨ ଠାରୁ ୩୧.୧.୨୦୨୪ ପର୍ଯ୍ୟନ୍ତ କର୍ଲାମୁଣ୍ଡ। ବିଡ଼ିଓ ଭାବରେ କାର୍ଯ୍ୟ କରିଥିଲେ | ଏହି ସମୟରେ ଜନପ୍ରତିନିଧୂଙ୍କୁ ଦୁର୍ବ୍ଯବହାର ମନମୁଖୀ କାର୍ଯ୍ୟକଳାପ ଜନସାଧାରଣଙ୍କୁ ମିଥ୍ୟା ମକଦ୍ଦମା କରିବା ଆଦିବାସୀ ଯୁବକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଓ ବ୍ୟାପକ ଦୁର୍ନିତୀରେ ଲିପ୍ତଥିବା ଅଭିଯୋଗକୁ ଭିତ୍ତି କରି ବ୍ଲକ ଅଧ୍ଯକ୍ଷା, ଉପାଧ୍ଯକ୍ଷ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କଲାପରେ ତାଙ୍କର ଅନ୍ୟତ୍ର ବଦଳି କରାଯାଇଥିଲା | କିନ୍ତୁ ତାପରେ ମଧ୍ୟ ପୁଣି କର୍ଲାମୁଣ୍ଡା ବ୍ଲକରେ ପୁନଃ ନିଯୁକ୍ତି କରା ଯାଇଛି । ତେଣୁ ଏଠିକାର ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ପୂର୍ବରୁ ଜଣେ ବିବାଦୀୟ ଅଧି କାରିଣୀଙ୍କୁ ପୁଣି ସେହି ସ୍ଥାନରେ କିପରି ନିଯୁକ୍ତି କରାଗଲା ବୋଲି ବୁଦ୍ଧି ଜୀବୀ ମହଳ ରେ ଜନ ଅସନ୍ତୋଷ ପ୍ରକାଶ ପାଉଛି । ସରକାରଙ୍କୁ ପ୍ରଶ୍ନ ଜଣେ ବିବାଦୀୟ ଅଫିସର ଙ୍କୁ ଗୋଟିଏ ଜାଗା କୁ କିପରି ପଠାଇଛନ୍ତି| ତେଣୁ ଏଠିକୁ ବଦଳି କରିବାକୁ ନେଇ ବ୍ଲକ ଅଧ୍ୟକ୍ଷା, ଉପାଧ୍ଯକ୍ଷ, - ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ଓ ଜନସାଧାରଣ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ହେଲେ ପ୍ରଶାସନ ହସ୍ତକ୍ଷେପ ଓ ବୁଝାସୁଝା କରିବା ପରେଧାରଣାରୁ ସମସ୍ତେ ଓହରି ଯାଇଥିଲେ। ଶୁଣିବା କୁ ମିଲୁଛି ବିଡିଓ ସୁଚରିତା ମୁଗ୍ରି ଜଣେ ଜୈନିକ ଠିକାଦାରଙ୍କ ସହଯୋଗରେ ଏହି ସବୁ ଦବଙ୍ଗଗିରି କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ତାହା କେତେଦୂର ସତ କେତେଦୂର ଦୂର ମିଛ ସମୟ କହିବ । ଆଉ ଅନ୍ୟ ଏକ ଘଟଣ ହେ ହେଉଛି କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣଲତା ସାହୁଙ୍କୁ କର୍ଲାମୁଣ୍ଡ। ବିଡିଓ ଦୁର୍ବ୍ଯବହାର କରିବା ସହିତ ସହିତ ବ୍ଳକ କାର୍ଯ୍ୟାଳୟକୁ ନ ଆସିବାକୁ ବାରଣ କରିଛନ୍ତି ବୋଲି ସରପଞ୍ଚ ନିଜେ ତାଙ୍କର ପ୍ରତିକିୟାରେ କହିଛନ୍ତି ଏବଂ ୦୩/୧୧/୨୦୨୫ ଦିନ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି | ତାହା ତ ପ୍ରଶାସନ ତରଫରୁ ଉଚିତ ତଦନ୍ତ କଲାପରେ ଜଣାପଡିବ କିଏ ସତ କିଏ ମିଛ କିନ୍ତୁ ଏଠି ପ୍ରକୃତରେ ଜାଣିବାକୁ ମିଳୁଛି ଲୋକମାନେ ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ତାହା ସ୍ପଷ୍ଟ ବାରିହୋଇ ଯାଉଛି ଏଠିରେ ତିଲେମାତ୍ର ସନ୍ଦେହ ନାହିଁ ।ଏହା ଉପରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା କୁ ଜନ ସାଧାରଣ ଙ୍କ ଅପେକ୍ଷା ରହିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment