BREAKING
Loading...
:

ମା ଢୋଲାଚଣ୍ଡୀ ଟି -୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ଉଦଘାଟନି ମ୍ୟାଚରେ କେନ୍ଦୁପଲ୍ଲୀ କ୍ରିକେଟ କ୍ଳବ୍ ବିଜୟୀ

 ମା ଢୋଲାଚଣ୍ଡୀ ଟି -୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ଉଦଘାଟନି ମ୍ୟାଚରେ କେନ୍ଦୁପଲ୍ଲୀ କ୍ରିକେଟ କ୍ଳବ୍ ବିଜୟୀ 




ଭାପୁର, ୧/୧୧ (ମଣିଭଦ୍ରା ଖବର) ଭାପୁର ବ୍ଲକ ବଡସହରା ଢୋଲାଚଣ୍ଡୀ ପଡିଆରେ ପଞ୍ଚାୟତ ସ୍ତରୀୟ ଟି- ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଘାଟିତ ହେଇଛି. ମୁଖ୍ୟ ଅତିଥି ଭାବେ ଗ୍ରାମ ସଭାପତି ଗୋପାଳ ନାୟକ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗ୍ରାମ ସମ୍ପାଦକ ଅଭିରାମ ଦାସ ଓ ସମାଜସେବୀ ସୁଧାଂଶୁ ଚରଣ ବେହେରା ଉପସ୍ଥିତ ଥିଲେ. ଆଜିର ମ୍ୟାଚରେ ପରସ୍ପରକୁ ଆଜିର ଉଦଘାଟନି ମ୍ୟାଚ ଟିକିରିପଡ଼ା କ୍ରିକେଟ କ୍ଳବ ଓ କେନ୍ଦୁପଲ୍ଲି କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ଖେଳ ବିଳମ୍ବରେ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ୨୦ ଓଭରରୁ ୨ ଓଭର କମ କରାଜାଇ ୧୮ ଓଭର ଖେଳ ହୋଇଥିଲା. ଟସ୍ ଜିତି ପ୍ରଥମେ ଟିକିରିପଡା କ୍ରିକେଟ କ୍ଳବ୍ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୮ ଓଭରରେ ୯ ୱିକେଟ ହରାଇ ୧୦୨ ରନ୍ କରିଥିଲେ. ଜବାବରେ କେନ୍ଦୁପଲ୍ଲି କ୍ରିକେଟ କ୍ଳବ୍ ୧୬.୧ ଓଭରରେ ସମସ୍ତ ୱିକେଟ ହରାଇ ୯୫ ରନ୍ କରି ୭ ରନରେ ପରାସ୍ତ ହୋଇଥିଲା. ପ୍ରଥମ ଦଳ ଭାବେ ଟିକିରିପଡା କ୍ରିକେଟ ଦଳ ସେମିଫାଇନାଲରେ ପ୍ରବେଶ କରିଛି. ବିଜୟୀ ଦଳର ବଣ୍ଟି ଗୋଛିଙ୍କ ଅଲରାଉଣ୍ଡର ପ୍ରଦର୍ଶନ (୩୦ ରନ୍ ଓ ୫- ୨୧- ୩ ୱିକେଟ)ଙ୍କୁ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଥିଲା. ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ସୁଶାନ୍ତ ଦଳବେହେରା ଓ ଛବି ଦଳବେହେରା. ସ୍କୋରର ଭାବେ ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଭାଷ୍ୟକାର ଭାବେ ରତ୍ନାକର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ.  ଆସନ୍ତା କାଲିର ମ୍ୟାଚ ମାଣିକାଗୋଡା କ୍ରିକେଟ କ୍ଳବ୍ ସହିତ ବଘେଇ କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହେବେ ।

ମଣିଭଦ୍ରା ଖବର,ଭାପୁର 

Post a Comment

Previous Post Next Post
Header ADS