BREAKING
Loading...
:

ଶିକ୍ଷକଙ୍କ ଅକାଳ ମୃତ୍ୟୁରେ ଶୋକସଭା

 ଶିକ୍ଷକଙ୍କ ଅକାଳ ମୃତ୍ୟୁରେ ଶୋକସଭା 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଧୁଆଁମଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଦାଶ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡିତ ଥିବା ବେଳେ ଗତକାଲି ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଥିଲା । ଆଜି ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ବରେ ଗଣିଆ ବ୍ଳକର ୬ଟି କ୍ଳଷ୍ଟରର ୧୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସ୍ମୃତି ଚାରଣ ସଭାରେ ଯୋଗଦାନ କରିଥିଲେ । 


ଶିକ୍ଷକ ବାମନ ଚରଣ ବାରିକି, ସୁରେଶ କୁମାର ବେହେରା,ସାଧୁଚରଣ ପରିଡ଼ା,ସୁରଥ ବେହେରା, ଶୁକଦେବ ରାଉତ,ବଳରାମ ବେହେରା ପ୍ରମୁଖ ଅମର ଆତ୍ମାର ସଦଗତି କାମନା କରିବା ସହିତ ସ୍ମୃତି ଚାରଣ କରିଥିଲେ । ଜଣେ ଛାତ୍ର ବତ୍ସଳ, ପରୋପକାରୀ, ସ୍ନେହୀ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସେ ବେଶ୍ ଜଣାଶୁଣା ଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ବାସଭବନରେ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS