BREAKING
Loading...
:

ପଦ୍ମପୁର ଠାରେ ବିରାଟ କୃଷକ ସଚେତନତା ସମାବେଶ

 ପଦ୍ମପୁର ଠାରେ ବିରାଟ କୃଷକ ସଚେତନତା ସମାବେଶ 




ବରଗଡ଼ 


,



ଖରିଫ ଋତୁ ଧାନ କିଣାବିକା ପୂର୍ବରୁ ଚାଷୀ ସଂଗଠନ ତରଫରୁ ପଦ୍ମପୁରରେ ବିରାଟ କୃଷକ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି।  ଦୁଇଦିନ ମଧ୍ୟରେ ବଞ୍ଚିତ ଚାଷୀଙ୍କ ନାମ ପଞ୍ଜିକରଣ କର, ଏଗାର ଦଫା ଦାବୀ ସରକାର ପୂରଣ କର, ଯଦି ସରକାର ନ ଶୁଣନ୍ତି ତାହାହେଲେ ଆସନ୍ତାଜିଲ୍ଲା ସ୍ଥରୀୟ ଧାନ ସଂଗ୍ରହ ବୈଠକକୁ ଚାଷୀ ସଂଗଠନ ଦୃଢ଼ତାର ସହିତ ବିରୋଧ କରିବ ଏବଂ ଦରକାର ପଡିଲେ ଆନ୍ଦୋଳନରେ ବସିବ। ଏଥିପାଇଁ ଯେଉଁ ଆଇନ ଶୃଙ୍ଖଳା ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ଦାଇ ରହିବ ବୋଲି ପଦ୍ମପୁର ରେ ଆୟୋଜିତ ବିରାଟ କୃଷକ ସଚେତନତା ସମାବେଶ ରେ  ରାଜବୋଡାସମ୍ବର କୃଷକ ସଂଗଠନ ଓ ସଂଯୁକ୍ତ କୃଷକ ସଂଗଠନ ଖୋଲା ଚେତାବନୀ ଦେଇଅଛି।   ପ୍ରତିବର୍ଷ ଭଳି ପଦ୍ମପୁର ରେ ପଶ୍ଚିମ ଓଡ଼ିଶାର ପୁଣି ଏକାଠି ହୋଇଛନ୍ତି ହଜାର ହାଜର ଚାଷୀ ଏଗାର ଦଫା ଦାବୀ ପୂରଣ ପାଇଁ ଆଠ ଘଣ୍ଟା ଧରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭୁଲ ନୀତି ଉପରେ ବର୍ଷି ଛନ୍ତି ଚାଷୀ ସଂଗଠନର କର୍ମ କର୍ତ୍ତା ମାନେ। ମରିବୁ ପଛେ ଛାଡ଼ିବୁ ନାହିଁ ଭିକ୍ଷା ନୁହେଁ ଆମକୁ ଆମର ହକ ଦିଅ,ଏଣିକି ପଲ୍ଲୀର ସ୍ୱର ଦିଲ୍ଲୀ ଗୁଞ୍ଜରିତ ହେବ ବରଗଡ଼ ଜିଲ୍ଲା ଚାଷୀ ସମସ୍ୟା ନେଇ ଦିଲ୍ଲୀ ରେ ଲଢେଇ କରିବ କେନ୍ଦ୍ରୀୟ ଚାଷୀ ସଂଗଠନ। ଆସନ୍ତା ନଭେମ୍ବର 26 ରେ ହେବ ମହା ମେଲି ଆଉ ଏହି ମହା ମେଲି ରେ ଓଡ଼ିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲାର ଏଗାର ଦଫା ଦାବିକୁ ନେଇ କେନ୍ଦ୍ର ସରକାର ଙ୍କ ଉପରେ ଦାବୀ ଉପସ୍ଥାପନ କରିବ ବଳି ସମାବେଶ ରେ ସଂଯୁକ୍ତ କିସାନ ମୋର୍ଚ୍ଚା ସଦସ୍ୟ ରାଜେନ୍ଦ୍ର ଚୌଧୁରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। କେନ୍ଦ୍ରୀୟ ଚାଷୀ ନେତା ପ୍ରକାଶ କରିଥିଲେ ଯେ ସାରା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ କୁ ପ୍ରେରଣା ଏବଂ ଶକ୍ତିର ଉତ୍ସାହ ଯୋଗାଇଥିଲା ପଦ୍ମପୁର ଚାଷୀ ସଂଗଠନ। 

            ସେହିପରି ସମାବେଶ ରେ ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ର ଚାଷୀନେତା ରମେଶ ମହାପାତ୍ର ସିଧା ସଳଖ ସରକାର ମାନଙ୍କ ଭୁଲ ନୀତି ଯୋଗୁଁ ଆମେ ଗରିବ ବୋଲି ଅଭିହିତ କରି ଏଗାର ଦଫା ଦାବୀ ପୂରଣ କରିବାକୁ ଦାବୀ କରିଥିଲେ। ଧାନ କାର୍ଡ ପଞ୍ଜିକରଣ ରେ ବାଦ ପଡ଼ିଥିବା ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯାଉ, ମନ୍ଥା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ଏବଂ ଇନ୍ସୁରାନ୍ସ ପ୍ରଦାନ କରାଯାଉ, ବିସ୍ଥାପନ ବିହୀନ ଜଳସେଚନ, କୃଷି ଜାତ ଫସଳର ଉଚିତ ମୂଲ୍ୟ,ସୁନିଶ୍ଚିତ ବଜାର ବ୍ୟବସ୍ଥା,ମଣ୍ଡିରେ ଧାନ ପଡ଼ିବାର 48 ଘଣ୍ଟା ମଧ୍ୟରେ ସମସ୍ତ ଧାନ କିଣା ଯାଉ, କଟନି ଛଟଣୀ ବନ୍ଦ କରାଯାଉ, ଚାଷୀଙ୍କ ଉତ୍ପାଦିତ ସମସ୍ତ ଧାନ କିଣା ଯାଉ, ଶୀତଳ ଭଣ୍ଡାର,ବିଦ୍ୟୁତ ବିଲ ଛାଡ କରାଯାଉ, ପଦ୍ମପୁର ଜିଲ୍ଲା କେବେ ହେବ ଭଳି ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ସଂଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ଙ୍କ ସଭାପତିତ୍ୱ ରେ ସମାବେଶ ଚାଲିଥିବା ବେଳେ ଲିଙ୍ଗରାଜ ପଧାନ ପରିଚାଳନା କରିଥିଲେ। ଅଶୋକ ସାହୁ ସଂଗଠନର ବିବରଣୀ ପଠନ କରିଥିଲେ ଏବଂ ସଂଯୁକ୍ତ କୃଷକ ସଂଗଠନ ସଦସ୍ୟ ଟିକେଲାଲ ମିଶ୍ର, ଅଭିମନ୍ୟୁ ପଧାନ, ଠାକୁର ରାମ ପଟେଲ, ଥବିର ସାହୁ, କାରଣ ସାହୁ, ରବିଶଙ୍କର ପଧାନ, ଅରବିନ୍ଦ ପଣ୍ଡା, ସୁବାସ ସାମନ୍ତରାୟ, ରୋହିତ ପଧାନ, କୈଳାସ ବାରିକ, ପଞ୍ଚାନନ ସାହୁ, ମହେନ୍ଦ୍ର ପଧାନ, ଦହିତ ସାହୁ, ସୁରେଶ ନିକେଣ୍ଟି, ସମେତ ସମର୍ଥିତ କୋଶଲ ସେନା ବୀରବଳ ମହାକୁଡ଼, ସଂକଳ୍ପ ପରିବାର ବିକାଶ ଅଗ୍ରୱାଲ, ଅଙ୍ଗ ନଦୀ ପ୍ରତିରୋଧ କମିଟି ବିଜୟ ସାହୁ,ଜିଲ୍ଲା ଓବିସି ମଞ୍ଚ ସପ୍ତସିନ୍ଧୁ ବଗର୍ତ୍ତୀ ବକ୍ତବ୍ୟ ରଖିଥିବା ବେଳେ ପୋଲିସ ଦ୍ୱାରା ଉତ୍ପନ୍ନ ଭୋଇ, ଅଭିମନ୍ୟୁ ପଧାନ, ଶଙ୍କର ଖମାରୀ, କାରଣ ସାହୁ ଏବଂ ସୁଦାମ ପାତ୍ର ଙ୍କ ବିରୋଧ ରେ ମିଛ ମୋକଦମା କୁ ତୀବ୍ର ନିନ୍ଦା କରାଯାଇଥିଲା ଏବଂ ତୁରନ୍ତ କେଶ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS