BREAKING
Loading...
:

ନୂତନ ବ୍ଲକ ଗଠନ ନିମନ୍ତେ ଆଲୋଚନା ସଭା

 ନୂତନ ବ୍ଲକ ଗଠନ ନିମନ୍ତେ ଆଲୋଚନା ସଭା, -




ଦେବଗଡ଼:-ରିଆମାଳ ବ୍ଲକ ର ୧୨ଟି ଗ୍ରାମପଂଚାୟତକୁ ନେଇ ନୂତନ ଭାବେ ଗୋଟିଏ ବ୍ଲକ ଗଠନ ନିମନ୍ତେ ବ୍ଲକର 'ଭାଇ ଭଉଣୀ ଦରହ ' ନିକଟସ୍ଥ ତାରିଣୀ ମନ୍ଦିର ଠାରେ ସନ୍ତୋଷ କୁମାର ସାହୁ, କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ବିରେନ କୁମାର ପ୍ରଧାନ ଏବଂ ଗୌତମ ପ୍ରଧାନ ଙ୍କ ଆହ୍ୱାନ କ୍ରମେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଉପସ୍ଥିତ ଥିବା ବିଭିନ୍ନ ଗ୍ରାମ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ନୂତନ ବ୍ଲକ ଗଠନ ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ l ଆଲୋଚନା ସଭାରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ଶିକ୍ଷାବିତ ନୂତନ ବ୍ଲକ ଗଠନ ସମ୍ପର୍କ ରେ ସେମାନଙ୍କ ର ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ l ନୂତନ ବ୍ଲକ ଗଠନ ହେଲେ ଜନସାଧାରଣ ବ୍ଲକ ପ୍ରଶାସନ କୁ ଅତି ନିକଟରେ ପାଇପାରିବେ ଯଦ୍ୱାରା ସମସ୍ତ ବର୍ଗର ଲୋକ ସେମାନଙ୍କର ଆପତ୍ତି ଅଭିଯୋଗ କୁ ବ୍ଲକ ଅଫିସ କୁ ଯାଇ କହିପାରିବେ ଏବଂ ପ୍ରଶାସନ ମଧ୍ୟ ଖୁବ ଶୀଘ୍ର ସମାଧାନ ପାଇଁ ସକ୍ଷମ ହେବ l

ନୂତନ ବ୍ଲକ ଗଠନ ହେଲେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବିଭାଗର ବ୍ଲକସ୍ତରୀୟ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲାଯାଇପାରିବ l କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବୁଢାପାଳ ସରପଞ୍ଚ, ଦିଲୀପ ଆଚାର୍ଯ୍ୟ, ଧରଣୀ ନାଏକ, ପ୍ରମୋଦ ପ୍ରଧାନ, ଗୁରୁ ପ୍ରଧାନ, ପ୍ରଦୀପ ଭୁତିଆ, ବିଳାସ ପ୍ରଧାନ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS