ହାତୀକୁ ଗୁଳିକରି ହତ୍ୟା କଲେ ପରେ ଦାନ୍ତ ଲୁଟି ନେଲେ
ହିନ୍ଦୋଳ ଫରେଷ୍ଟ ରେଞ୍ଜ,ରାସୋଳ ସେକ୍ସନ,ପଶାସିଂହ ବିଟ ହାଉସ ନିକଟରେ ଏକ ଛୋଟ ହାତୀକୁ ଶିକାରୀ ଗୁଳିକରି ହତ୍ୟା ପରେ ଦାନ୍ତ ଲୁଟ କରିନେଇ ଅଭିଯୋଗ ସାମ୍ନାକୁ ଆସିଛି.ଏହି ହାତୀ ଛୁଆର ମୃତ୍ୟୁ ଗତ 4/5 ଦିନ ତଳୁ ହୋଇଥିବା ଅନୁମାନ କରାଯାଉଛି. ମାତ୍ର ବନ ବିଭାଗ ବିଟ ହାଉସ ନିଜଟରୁ ମାତ୍ର ଏକ କିମି ଦୂରରେ ଏପରି ଘଟଣା ଘଟିଥିବା ବେଳେ ବନ ବିଭାଗ ପାଖରେ ଖବର ନଥିବା ସମସ୍ତଙ୍କୁ ଚକିତ କରିଛି ଖବର ପାଇ ବନାଞ୍ଚଳ ଅଧିକାରୀ ଏବଂ ଫରେଷ୍ଟ ଏବଂ କର୍ମଚାରୀ ମନେ ପହଂଚି ପହଂଚି ଅନୁଧ୍ୟାନ କରୁଛନ୍ତି. ଦୁଇଟି ସ୍ଥାନରେ ଗୁଳି ବାଜିଥିବାର ପ୍ରାଥମିକ ଭାବେ ଜଣାପଡୁଛି.ହେଲେ ଦାନ୍ତ ନଥିବାରୁ ଏହାର ସଠିକ ମୃତ୍ୟୁ କାରଣ ଜଣାପଡ଼ୁ ନାହିଁ ତେବେ ଶୀକାରି ହତ୍ୟା କରି ଦାନ୍ତ ଲୁଟି ନେଇଥିବାର ଅନୁମାନ କରାଯାଉଛି।ପୋଷ୍ଟ ମାର୍ଟମ ପରେ ସଠିକ ଭାବେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର , ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment