BREAKING
Loading...
:

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

 ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ    


ଭାପୁର, ୧୦/୯ (ମଣିଭଦ୍ରା ଖବର) ଭାପୁର ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି. ଆଜିର କାର୍ଯ୍ୟକ୍ରମ ଭାପୁର ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ବରିଷ୍ଠ ନାଗରିକମାନେ ସମାଜର ଅମୁଲ୍ୟରତ୍ନ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ. ଏଥିସହିତ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଵୟୋବନ୍ଦନ ସ୍ୱାସ୍ଥ୍ୟ କାର୍ଡ, ୩ହଜାର ୫ ଶହ ଭତ୍ତା କାର୍ଯ୍ୟକାରୀ କରିଛନ୍ତି. ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରୁ ଆରମ୍ଭ କରି ଆଇନ ବ୍ୟବସ୍ଥାର ସୁବିଧା ସୁଯୋଗ ହାତପହାନ୍ତରେ ଯୋଗାଇ ଦେଇଛନ୍ତି. ସେଗୁଡିକର କିପରି ବରିଷ୍ଠ ନାଗରିକମାନେ ସଦୁପଯୋଗ କରିବେ ସେ ସମ୍ପର୍କରେ ବିଧାୟକ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ. ସମ୍ମାନିତ ଅତିଥି ରୂପେ ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ ପ୍ରଧାନ, ବରିଷ୍ଠ ନାଗରିକ ସଙ୍ଘର ସଭାପତି ଲକ୍ଷ୍ମୀଧର ସାମନ୍ତରାୟ, ସମ୍ପାଦକ ପ୍ରଭାକର ସାହୁ, ବ୍ଲକ ଉପାଧ୍ୟକ୍ଷ ଯୋଗ ଦେଇଥିଲେ. ଆଜିର କାର୍ଯ୍ୟକ୍ରମରେ ଭାପୁର ବ୍ଲକର ୨୦ଟି ପଞ୍ଚାୟତରୁ ଶତାଧିକ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS