BREAKING
Loading...
:

ଭାପୁର ଉପ ଡାକଘର ଗୃହ ଓ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଜମି ଚିହ୍ନଟ

 ଭାପୁର ଉପ ଡାକଘର ଗୃହ ଓ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଜମି ଚିହ୍ନଟ




 ଭାପୁର, ୧୦/୧୦(ନି.ପ୍ର) ଭାପୁର ବ୍ଲକ ସଦର ମହକୁମାରେ ଉପ ଡାକଘର ଏବଂ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଭାପୁର ଉପ ଡାକଘରର ନିଜସ୍ଵ ଗୃହ ନଥିବାରୁ ବହୁ ବର୍ଷ ଧରି ଭଡ଼ା ଘରେରେ ଚାଲୁଥିଲା। ଉପ ଡାକଘରର ନିଜସ୍ଵ ଘର ନଥିବା କାରଣରୁ ଭାପୁର ବ୍ଲକ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସହ ସ୍ଥାନୀୟ ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ, ଉକ୍ତ ସମସ୍ୟାକୁ ଦୂରୀଭୂତ କରିବା ପାଇଁ ବିଧାୟକ ଶ୍ରୀ ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା  ବେଳେ ଖୁବ ଶୀଘ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ମୁଖ୍ୟ ଡାକଘର ଅଧିକ୍ଷକ ଶ୍ରୀ ଖଗେଶ୍ୱର ମଲ୍ଲିକ, ଭାପୁର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ରାଜାରାମ ଛତ୍ରୀୟା, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶାରଦା ପ୍ରସନ୍ନ ପଣ୍ଡା,୧୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ୨୦ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଜୟ ସାମନ୍ତରାୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ ପ୍ରଧାନ, ଭାପୁର ରାଜସ୍ବ ନୀରିକ୍ଷକ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଭାପୁର ଉପ ଡାକଘର ପାଇଁ 

ଖାତ ନଂ-୮୦୫/୬ ର ପ୍ଲଟ ନଂ-୯୪୬/୫୩୬୯, ରକବା ଏ୦.୨୦ ଓ ପ୍ଲଟ ନଂ- ୯୫୬/୫୩୭୦, ରକବା ଏ ୦.୦୫ ମୋଟ ୨୫ ଡିସିମିଲ ଜାଗା ଯୋଗାଇ ଦିଆ ଯାଇଥିବା ବେଳେ ଭାପୁର ନୂତନ ବସଷ୍ଟାଣ୍ଡ ପାଇଁ ପ୍ରସ୍ତାବିତ ଥିବା ସରକାରି

ଖାତା ନଂ-୮୦୧ ପ୍ଲଟ ନଂ-୯୫୯/୫୩୭୧, ରକବା ଏ୧.୦୦ ଜାଗା ଚିହ୍ନଟ ହୋଇଥିବା ଭାପୁର ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। 

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS