ଚାରବାହାଲ ବଜାର ପଡିଆ ଠାରେ ଭୋଟ ଚୋରି ବିରୁଦ୍ଧରେ ଦସ୍ତଖତ ଅଭିଯାନ।
ଜୁନାଗଡ଼,-;
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ବଜାର ପଡିଆ ଠାରେ ଭୋଟ ଚୋରି ବିରୁଦ୍ଧରେ ଦସ୍ତଖତ ଅଭିଯାନ ଜୁନାଗଡ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ତୁଲେଶ୍ୱର୍ ନାଏକ ଙ୍କ ଦ୍ଵାରା ଆରମ୍ଭ ହେଇଯାଇଛି ।ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଏହି ଦସ୍ତକତ ଅଭିଯାନ ଚାଲିବ ବୋଲି ଜୁନାଗଡ଼ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ବିଭିନ୍ନ ରାଜ୍ୟ ରେ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଭୋଟ ଚୋରି ହେଇଛି ବୋଲି ବିରୋଧି ଦଳ ର ନେତା ରାହୁଲ ଗାନ୍ଧୀଙ୍କ ଖୁଲାସା ପରେ ସାରା ଦେଶ ର ଜନସାଧାରଣ ଙ୍କୁ ସଚେତନା କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଉପସ୍ଥିତ ଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ନେତା ଆଶିଷ କୁମାର ପଣ୍ଡା, ଝସ କେତନ ନାଏକ, ମୋହନ ବିହାରୀ, ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment