ଗଣିଆ ତହସିଲଦାରଙ୍କ ବଦଳି, ସମ୍ବଲପୁର ଡେପୁଟି କଲେକ୍ଟର ହେଲେ ଗଣିଆ ତହସିଲଦାର
ଗଣିଆ (ମଣିଭଦ୍ରା ଖବର) ଗଣିଆ ତହସିଲରେ କାର୍ଯ୍ୟରତ ତହସିଲଦାର ପ୍ରିତିବାଳା ରଣାଙ୍କର ବଦଳି ହୋଇଛି । ତାଙ୍କୁ ପଞ୍ଚାୟତରାଜ ବିଭାଗକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସମ୍ବଲପୁର ଡେପୁଟି କଲେକ୍ଟର ଐଶ୍ୱର୍ଯ୍ୟା ପୃଷେଠ୍ ଙ୍କୁ ଗଣିଆ ତହସିଲଦାର ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି । ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଓଏଏସ ଅଫିସର ମାନଙ୍କର ବଦଳି କରିଥିବା ଜଣାପଡିଛି । ତେବେ ଗଣିଆ ତହସିଲଦାର ପ୍ରିତିବାଳା ରଣା ଗଣିଆରେ ବିଡ଼ିଓ ଦାୟିତ୍ୱରେ ଥିଲେ ମଧ୍ୟ ନୂତନ ଭାବେ ବିଡ଼ିଓ ନିଯୁକ୍ତ କରାଯାଇ ନାହିଁ ।
ମଣିଭଦ୍ରା ଖବର, ଗଣିଆ
Post a Comment