BREAKING
Loading...
:

ହୃଦ୍ ଘାତରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ

 ହୃଦ୍ ଘାତରେ  କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ । 



ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅଞ୍ଚଳର ବିଶେଷ ଖବର ରେ କାର୍ଯ୍ୟରତ ଯୁବା ସାମ୍ବାଦିକ ଅରୁଣ କୁମାର ଭୀମ୍ ସିଂ ଗତ ଶନିବାର ସନ୍ଧ୍ୟା ୬.୩୦ ମି. ସମୟରେ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ହଠାତ ଦେହ ତ୍ୟାଗକଲେ l କ୍ରିଷ୍ଟିଆନ୍ ହସ୍ପିଟାଲ୍ ର ଡାକ୍ତର ତାଙ୍କୁ ହୃଦ୍ ଘାତ ଜନିତ ମୃତ୍ୟୁ ଘୋଷଣା କରିଥିଲେ l ଆଜି ୮. ୩୦ ମିନିଟ୍ ସମୟରେ ପରିବାରକୁ ଶବ ହସ୍ତାନ୍ତର କରିଥିଲେ l ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ଥାନୀୟ ଶ୍ମାଶନରେ ସ୍ୱର୍ଗତ ସିଂ ଙ୍କର ଶେଷକୃତସମ୍ପନ୍ନ କରାଯାଇଛି l କାର୍ଯ୍ୟକ୍ରମରେ ବନ୍ଧୁ ବାନ୍ଧବ ସାଙ୍ଗସାଥି, କୁଟୁମ୍ବ ପରିଜନ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l ଆରପାରିରେ ଯୁବ ସାମ୍ବାଦିକ ଅରୁଣ ଭୀମ୍ ସିଂ, ପିତା ସ୍ବର୍ଗତ ଲିଙ୍ଗରାଜ ଭୀମ୍ ସିଂ ଙ୍କ ଦେହାନ୍ତ ପରେ ମାତା ବାସନ୍ତୀ ଭୀମ୍ ସିଂଙ୍କ ସମ୍ପୂର୍ଣ୍ଣ ଦେଖାଶୁଣା ଏବଂ ପରିବାରର ଭାର ସାମ୍ବାଦିକ ଅରୁଣ ଭୀମ୍ ସିଂ ସମ୍ବାଳି ଆସୁଥିଲେ l ବର୍ତ୍ତମାନ ଅରୁଣ ଭୀମସିଂ ଆରପାରିକୁ ଚାଲିଗଲେ l ଜନ୍ମଦାତ୍ରୀ ବୁଢ଼ୀ ମାଆର ଦୁଃଖ ଓ ଦାୟିତ୍ୱ ଭାର ବହନ କରିବ କିଏ, କିଏ ବୁଝିବ ମାଆଙ୍କ ଦୁଃଖକଷ୍ଟ।ବର୍ତ୍ତମାନ ଅସହାୟ ବୃଦ୍ଧା ମାଆ ବାସନ୍ତୀ ଭୀମ୍ ସିଂ।ଏହି ପରିପ୍ରେକ୍ଷୀରେ ଓଡିଶା କର୍ମଜୀବୀ  ସାମ୍ୱାଦିକ ସଙ୍ଘ ରାୟଗଡାର ଜିଲ୍ଲା ସଭାପତି ଖଗେଶ୍ୱର ସିଂ, ଉପସଭାପତି ପ୍ରସାଦ ଲିମା, ରୁଦ୍ର ଚୌଧୁରୀ,ସଦସ୍ୟ ଛବିଳ ଲିମା, ମୁରଲୀ ବଚା, କିଶୋର ମହାନନ୍ଦିଆ,ମୁରଳି ବଚ୍ଛା, ଦିଲୀପ ପଡ଼ିହାରୀ, ମହେନ୍ଦ୍ର କନ୍ଧପାଣି. ରବିନ୍ଦ୍ର କୁମାର ସାହୁ, ପ୍ରସାଦ ସାହୁକାର,ଲକ୍ଷ୍ମୀକାନ୍ତ ବେହେରା, ପ୍ରମୁଖ ଉପସ୍ଥିତ ରହି ଦୁଃଖ ସନ୍ତାପ ପରିବାରକୁ ସାନ୍ତ୍ୱନା ଦେବା ସହ ବିଷମକଟକ ବିଡ଼ିଓ ଶ୍ରୀ ଶିବ ପଟନାୟକଙ୍କୁ ସାକ୍ଷାତ କରି ସ୍ବର୍ଗତ ଅରୁଣଙ୍କ ମାଆ ଏବଂ ଆଶାୟୀ ପରିବାରଙ୍କ ଜୀବିକା ଉଦ୍ଧେଶ୍ୟରେ ଆଲୋଚନା କରିଥିଲେ l ବିଷମକଟକ ଅଞ୍ଚଳ ଓ ସାମ୍ବାଦିକ ସଂଘ ତରଫରୁ ବ୍ଲକ୍ ଏବଂ ଜ଼ିଲ୍ଲା ପ୍ରଶାସନକୁ ଅନୁରୋଧ ଅରୁଣ ସିଂ ଙ୍କ ପରିବାରଙ୍କୁ ତୁରନ୍ତ ରେଡ୍ କ୍ରସ୍  ତରଫରୁ ସାହାଯ୍ୟ କରିବା ପାଇଁ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS