BREAKING
Loading...
:

ଲାଞ୍ଜିଗଡ଼ ଅଞ୍ଚଳରେ ବେଆଇନ ଭାବରେ ଚାଲିଛି ଧର୍ମାନ୍ତିକରଣ

 ଲାଞ୍ଜିଗଡ଼ ଅଞ୍ଚଳରେ ବେଆଇନ ଭାବରେ ଚାଲିଛି ଧର୍ମାନ୍ତିକରଣ



ଏହାକୁ ନେଇଁ ଥାନାରେ ଏତଲା 


ଲାଞ୍ଜିଗଡ଼, -: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ସରଳତା ଦେଖି ଖ୍ରୀଷ୍ଟ ଧର୍ମୀ ମାନେ ବ୍ଲକର ପ୍ରତ୍ୟୋକ ଗାଁ ଗାଁକୁ ଯାଇ ଟଙ୍କା ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ଯୋର ଜବରଦସ୍ତ ବେଆଇନ ଭାବରେ ହିନ୍ଦୁ ମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଧର୍ମାନ୍ତିକରଣ କରାଯାଉଥିବା ଅଭିଯୋଗ ହେଉଛି। ତେବେ ଟଙ୍କା ପଇସା ଓ ଧନର ଲାଳସା ଦେଖି ଲାଞ୍ଜିଗଡ଼ ବ୍ଲକରେ କିଛି ବର୍ଷହେଲା ହିନ୍ଦୁ ଧର୍ମରୁ ପରିବର୍ତନ କରି ଖ୍ରୀଷ୍ଟ ଧର୍ମ ନେବାରେ ହୁହୁ ହୋଇ ବଢ଼ି ଚାଲିଥିବାବେଳେ କିଛି ଦିନ ତଳେ ଲାଞ୍ଜି ପଞ୍ଚାୟତ ସ୍ଥିତ ମୂଷାନାଲ ଗାଁର ଜଣେ ଖ୍ରୀଷ୍ଟ ଧର୍ମୀ ମୃତ୍ୟୁ ବରଣ କରିଥିଲେ। ଉକ୍ତ ମୃତ ଶବକୁ ନେଇ ଗାଁ ମଶାଣିରେ ଶବ ପୋତି ସମାଧି ତିଆରି କରିଥିବାବେଳେ ଏହାକୁ ନେଇ ଗ୍ରାମର ହିନ୍ଦୁ ପରିବାର ବିରୋଧ କରି  ବିଶ୍ୱନାଥପୁର ଥାନା ଓ ତହସିଲଦାର ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନ'ନେବାରୁ  ପାଞ୍ଚଟି ପଞ୍ଚାୟତରୁ ଶତାଧିକ ଲୋକ ଏକଜୁଟ ହୋଇ ମୂଷାନାଲ ବଜାର ପଡ଼ାରେ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ'ଥାନାରେ ଏତଲା ଦିଆଗଲା ପରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଇ ନାହାନ୍ତି।ଯଦି ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ନ'ଦେଲେ ଆଗାମୀ ଦିନରେ ବ୍ଲକର ୧୩ଗୋଟି ପଞ୍ଚାୟତର ଜନସାଧାରଣ ଏକତ୍ରିତ ହୋଇ ଥାନା ଘେରାଓ ସହିତ ରାସ୍ତା ରୋକ କରିବୁ ଓ ରାସ୍ତା ରୋକରେ ଯଦି କୌଣସି ଦୁର୍ବିପାକ ଘଟେ ତାହାହେଲେ ପୋଲିସ ପ୍ରଶାସନ ଓ ସରକାର ଦାୟି ରହିବେ ବୋଲି ପାଞ୍ଚଟି ପଞ୍ଚାୟତ ବାସୀ ଚେତାବନି ଦେଇଛନ୍ତି। ତେବେ ଏନେଇ ବିଶ୍ୱନାଥପୁରା ଥାନା ଅଧିକାରୀ ତୁଳସୀରାମ ଶବରଙ୍କୁ ପଚାରିବାରୁ ଉଭୟ ପକ୍ଷ ଥାନାକୁ ଆସିଥିଲେ ସେମାଙ୍କୁ ବୁଝାସୁଝା କରିଛୁ ବର୍ତମାନ ତହସିଲଦାର ପାଖକୁ ଯାଇଛନ୍ତି ତହସିଲଦାର ସେମାନଙ୍କ ପାଇଁ  ଜାଗା ଚିହ୍ନଟ କରି ବ୍ୟବସ୍ଥା କରିବେ ବୋଲି ମତପ୍ରକାଶ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS