BREAKING
Loading...
:

ଦେଶବ୍ୟାପୀ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ମହୋତ୍ସବ

 ଦେଶବ୍ୟାପୀ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ମହୋତ୍ସବ 



ରାୟଗଡ଼ା ଜିଲ୍ଲା ସଦରମହକୁମା ହୋଟେଲ ତେଜସ୍ଵୀ ଇଣ୍ଟରନ୍ୟାସନାଲ ହୋଟେଲ ପରିସରରେ ଜାତୀୟ ସ୍ତରୀୟ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା। ଆୟୋଜକ ସଂସ୍ଥା ସୂତ୍ରରୁ ପ୍ରକାଶ ଯେ,ଶ୍ରୀ ମନୁଜ୍ୟୋତି ଆଶ୍ରମ, ତାମିଲନାଡୁ ଦ୍ବାରା  ଆୟୋଜିତ ହେବାକୁ ଯାଉଥିବା ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀମନ ନାରାୟଣ ଶ୍ରୀ ଲହରୀ କ୍ରିଷ୍ଣାଙ୍କ ଦ୍ବାରା ରଚିତ ବିମୁକ୍ତିର ରହସ୍ୟ ଭଗବତ ଗୀତା ପୁସ୍ତକ ଉନ୍ମୋଚନ କରାଯିବ। କୋଲନରା ବ୍ଲକ୍ ପିଣ୍ଡା ପଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ସେ ଏହି ଆଧ୍ୟାତ୍ମିକ ପୁସ୍ତିକାର ଓଡ଼ିଆରେ ଭାବାନୁବାଦ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଡ଼ଃ ବାବୁରାଓ ମହାନ୍ତି, ଅଧ୍ୟାପିକା କୃଷ୍ଣପ୍ରୀୟା ସାହାଣୀ, ଡ଼ଃ ତୁଳସୀ ଦାସ , ଡ଼ଃ ଚନ୍ଦ୍ରଶେଖର ରାଓ, ଡ଼ଃ ଉମାଚରଣ ପାଣିଗ୍ରାହୀ , ଶ୍ରୀଯୁକ୍ତ ପ୍ରଭାକର ମିଶ୍ର, ପ୍ରସାଦ ଟେକ୍ନୋସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ରାଜ କୁମାର ପ୍ରମୁଖ ଯୋଗଦାନ କରିବାକୁ ସଦୟ ସ୍ଵୀକୃତି ପ୍ରଦାନ କରିଛନ୍ତି। ଦେଶବ୍ୟାପୀ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ଓ ଏକ ଦେଶ ଏକ ଭଗବାନର ବାର୍ତ୍ତା ପ୍ରଚାର ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ମୁଖପାତ୍ର ଶ୍ରୀଯୁକ୍ତ ଟି. ମାର୍ଟିନ ପ୍ରକାଶ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS