ବିରାଟକାୟ ଗଛକୁ ବଜ୍ରପାତ ଘର ଉପରେ ପଡିଲା ଗଛ
ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ଼ମ କର୍ଲ୍ଲlଖୁଣ୍ଟା ଗ୍ରାମରେ ରେ ଘଡଘଡି ଶହ ବର୍ଷା ହେବା ସମୟରେ ବିରାଟ କାୟ ତେନ୍ତୁଳି ଗଛ କୁ ବଜ୍ରପାତ ହୋଇଛି ଏବଂ ଘର ଉପରେ ଗଛ ପଡିଯାଇଛି l ଡ଼ମ କର୍ଲ୍ଲlଖୁଣ୍ଟା ଗ୍ରାମର ସୁଶାନ୍ତ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଦୁଇଟି ଶିଶୁ ସେହି ଚାଲ ଛପର ଆଜବେଷ୍ଟର ଘରେ ଥିବା ସମୟରେ ପ୍ରବଳ ବର୍ଷା ସମୟରେ ଘର ପାଖରେ ଥିବା ତେନ୍ତୁଳି ଗଛ କୁ ବଜ୍ରପାତ ହୋଇଥିଲା ଫଳରେ ଗଛ ଘର ଉପରେ ପଡିଥିଲା ଚାଲ ଛପର ଆଜବେଷ୍ଟର ଭାଙ୍ଗି ଯିବା ସହ ଧାନ ଚାଉଳ ଘରର ସମସ୍ତ ସାମଗ୍ରୀନଷ୍ଟ ହେବା ସହ ବହୁ କ୍ଷୟକ୍ଷତି ହୋଇଛି l ଅଳ୍ପକେ ବର୍ତ୍ତିଯାଇଯାଇଛନ୍ତି ସପରିବାର ଘର ବିଦ୍ୟୁତ ତାର ଯାଇ ଥିବାରୁ ତାହା ମଧ୍ୟ ଛିଣ୍ଡି ଘର ଉପରେ ପଡି ଯାଇଛି l ମ. ରାମପୁର ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିବାରୁ ତୁରନ୍ତ ଆସି ଗଛକୁ କାଟିବାରେ ସଫା କରିବାରେ ଲାଗିଛନ୍ତି l ସରକାର ତୁରନ୍ତ ଅସହାୟ ସୁଶାନ୍ତ କୁ ସମସ୍ତ ସରକାରୀ ଯୋଜନା ରେ କ୍ଷୟକ୍ଷତି ର ଆକଳନ କରି ଆବାସ ଯୋଜନା ରେ ଘର ଖଣ୍ଡିଏ ଦେବା କୁ ଦାବି ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment