BREAKING
Loading...
:

ବିଜେପି କର୍ମୀଙ୍କୁ ବିଜେଡି ଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ

 * *ବିଜେପି କର୍ମୀଙ୍କୁ ବିଜେଡି ଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ*




 *ଦୋଷୀଙ୍କ ବିରୋଧରେ କୋଠର କାର୍ଯ୍ୟ।ନୁଷ୍ଠାନ ଦାବି କଲେ ବିଧାୟକ* 

ଚିକିଟି ନିର୍ବ।ଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକ ସୁରଙ୍ଗିଗଡ଼ର ଭାରତୀୟ ଜନତା ପାର୍ଟିର ନିଷ୍ଠାବାନ କାର୍ଯ୍ୟକର୍ତ୍ତ। ଲୋକନାଥ ଦାସଙ୍କ  

ଉପରେ ବିଜୁ ଜନତା ଦଳର ଗୁଣ୍ଡାମାନଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଲୋକନାଥ ଜରଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ପ୍ରକାରେ  ପୂର୍ବ।ହ୍ନରେ ଲୋକନାଥ  ତାଙ୍କ ଘର ବାରଣ୍ଡାରେ ବସିଥିବା ସମୟରେ ସେହି ଗ୍ରାମର ତଥାକଥିତ ବିଜେଡି  ଗୁଣ୍ଡା ଅନୀଲ ଚୌଧୁରୀ, ଲିପୁନ ପାଣିଗ୍ରାହୀଙ୍କ ସମେତ 5ରୁ 6ଜଣ ଦୁବୃର୍ତ୍ତ ତାଙ୍କୁ  ଘୋଷାଡ଼ି ନେଇ ବିନା କାରଣରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ସେ ଗୁରୁତର ହୋଇଥିଲେ। ପରିବାରବର୍ଗ ତାଙ୍କୁ ପାତ୍ରପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପାଇବା ପରେ ଜରଡ଼ା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ସାଂସଦଙ୍କ ପ୍ରତିନିଧି ମିନା ଦ୍ୟାନ ସମାନ୍ତରା ମେଡ଼ିକାଲରେ ପହଞ୍ଚତ୍ ଲୋକନାଥଙ୍କ ସ୍ଵାସ୍ଥ୍ୟବସ୍ଥା ତଦାରଖ କରିବା ସହ ଅଧିକ ଚିକିତ୍ସା ଲାଗି ଡ଼ାରକ୍ତଙ୍କ ପରାମର୍ଶକ୍ରମେ ଏମକେସିଜି ପଠାଇଥିଲେ। ଏନେଇ ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା କହିଛନ୍ତି ଯେ, ଲୋକନାଥଙ୍କ ଉପରେ ହୋଇଥିବା ଘୃଣ୍ୟ ଆକ୍ରମଣ ଘର ନୀନ୍ଦନିୟ। ମା' ଦୁର୍ଗ।ଙ୍କ ବିସର୍ଜନ ସମୟରେ ଯେତେବେଳେ ଲୋକନାଥ ନିଜ ଘର ଦାଣ୍ଡ ବାରଣ୍ଡାରେ ବସିଥିଲେ, ସେତେବେଳେ ବିଜୁ ଜନତା ଦଳର ଚାରିଜଣ ଗୁଣ୍ଡା ତାଙ୍କ ଘରେ ପଶି ସଂଘବଦ୍ଧ ଭାବରେ ମରଣାରକ ଆକ୍ରମଣ କରିଥିଲେ। ଏହା ଏକ ସୁପରିକଳ୍ପିତ ଓ କାୟରତାପୂର୍ଣ୍ଣ ଆକ୍ରମଣ। ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଧିକ୍କାର ଦେଇଛି। ବର୍ତ୍ତମାନ ଲୋକନାଥ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ବିଜେପି କର୍ମୀଙ୍କ ଉପରେ ଏପରି ନିର୍ମମ ଆକ୍ରମଣ ସହ୍ୟ କରାଯାଇପାରିବ ନାହଁ ବୋଲି ଶ୍ରୀ ସାମନ୍ତରା କହିବା ସହ ଜିଲ୍ଲାପାଳ ଏବଂ ପୁଲିସ ପ୍ରଶାସନକୁ ତୁରନ୍ତ ହସ୍ତକ୍ଷେପ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଗତ ସାଧାରଣ ନିର୍ବ।ଚନ ପରଠାରୁ ଚିକିଟି ନିର୍ବ।ଚନ ମଣ୍ଡଳୀରେ ବେଶ ଶାନ୍ତିରେ ରହିଛି। କୌଣସି ମତେ ଚିକିଟିର ଗାରିମାକୁ ନଷ୍ଟ କରି ଗୁଣ୍ଡାରାଜ ଓ ଆତଙ୍କ ଖେଳାଇବା ଲାଗି ବିଜୁ ଜନତା ଦଳ ଚେଷ୍ଟା ଚଳାଇଛି। ଶାନ୍ତିର ଚିକିଟି ଅଞ୍ଚଳକୁ ପୁନଃ ଅଶାନ୍ତରେ ପରିଣତ କରିବାକୁ ଉଦ୍ୟମ କରୁଛି। ଏହାକୁ କେବେ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ ମତବ୍ୟକ୍ତ କରିଛନ୍ତି। ତୁରନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଦୃଢ ଦାବି କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS