BREAKING
Loading...
:

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ ଅମରଦୀପଙ୍କୁ ସୂର୍ଣ୍ଣ ଆଉ ରୌପ୍ୟ ପଦକ

 *ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ

ଅମରଦୀପଙ୍କୁ ସୂର୍ଣ୍ଣ ଆଉ ରୌପ୍ୟ ପଦକ* 



ଛତିଶଗଡର ବିଳାସପୁର ଠାରେ ଅକ୍ଟୋବର ୪ ରୁ ୫ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି. ସିନିଅର ବାଳକ ବିଭାଗରେ ଏକେଏସ୍ ଟାଏକୋଣ୍ଡା ଏକାଡେମୀର ବିଶ୍ୱରଞ୍ଜନ ଅମରଦୀପ୍ ଜାତୀୟ ସ୍ତରରେ "ପୁମସେ" ବିଭାଗରେ ସୂର୍ଣ୍ଣ ଆଉ ''କ୍ୟୋରୁଗି''ରେ ରୌପ୍ୟ ପଦକ ହାସଲ କରି ଓଡିଶାପାଇଁ ଗୌରବ ଅର୍ଜନ କରିଛନ୍ତି.ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ସମ୍ପାଦକ (ଖୋର୍ଦ୍ଧା ଜିଲ୍ଲା  ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ) ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (WTF) ଏବଂ ଦଳ ସଞ୍ଚାଳକ ଶ୍ରୀମତୀ ଭାରତୀ ଜଗଦେବ  ଙ୍କ ନେତୃତ୍ୱ ରେ ସଫଳତା ହାସଲ କରିଛନ୍ତି. ଅମରଦୀପ ଖୋର୍ଦ୍ଧା ଜିଲ୍ଲା, ଗୁରୁଜଙ୍ଗ ଗ୍ରାମ ର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତି ଙ୍କ କନିଷ୍ଟ ପୁତ୍ର ଅଟନ୍ତି.ଭୁବନେଶ୍ବର ର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ଜିଲ୍ଲା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ ଏବଂ ପୁରୀର ମାନ୍ୟବର ସାଂସଦ ଡଃ.ସମ୍ବିତ ପାତ୍ର ଅମରଦୀପ ଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି. ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର ଉପକୁଳପତି ଡଃ. କମଳଜିତ୍ ସିଂ ଏବଂ ରେଜିଷ୍ଟାର ଶ୍ରୀମତୀ ନିରୁପମା ମିଶ୍ର ଏବଂ ଆର୍ଥିକ ନିୟନ୍ତ୍ରକ (ଏମ୍.ଏଲ୍.ୟୁ.) ଡା. ଚିତ୍ତରଞ୍ଜନ ନାୟକ ଅମରଦୀପଙ୍କୁ ଆଶୀର୍ବାଦ ସହିତ ଜୀବନ ର ଲକ୍ଷ୍ୟ ପଥ ରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଛନ୍ତି.ଅମରଦୀପଙ୍କର ଏହି କୃତିତ୍ୱ ପାଇଁ ସାରା ରାଜ୍ୟରେ ଖୁସି ର ଲହରୀ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS