ସୂଚନା ଅଧିକାର ଆଇନରୁ ସୁଚନା ନ ମିଳିବାରୁ ସୂଚନା କର୍ମୀଙ୍କ ସାମ୍ବାଦିକ ସମ୍ମିଳନୀ
ଲାଞ୍ଜିଗଡ଼,(ମଣିଭଦ୍ରା ଖବର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ମନରେଗା, ସିଏଫସି,ଓ ଏସଏଫସି ଫଣ୍ଡରୁ ବ୍ଲକର ୨୬ଗୋଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ଅନେକ ପଞ୍ଚାୟତରେ ମନରେଗା,ସିଏଫସି ଓ ଏସଏଫସି ଫଣ୍ଡରେ ଆସୁଥିବା ସରକାରୀ ଅର୍ଥ ରାଶିକୁ ଅଳ୍ପ କାମ କରି ଲକ୍ଷାଧିକ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଥିବାବେଳେ ବ୍ଲକର ୨୬ଗୋଟି ପଞ୍ଚାୟତର ଉକ୍ତ କାର୍ଯ୍ୟର ଖର୍ଚ୍ଚ ସବିଶେଷ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ମାଳିଯୁବାଙ୍ଗ ପଞ୍ଚାୟତ ମାଳିଯୁବାଙ୍ଗ ଗାଁର ରାମଚନ୍ଦ୍ର ମୁଣ୍ଡଛିନା ଏନେଇ ଲାଞ୍ଜିଗଡ଼ ବ୍ଲକ ବିଡ଼ିଓଙ୍କୁ ୧୮/୦୬/୨୫ରେ ସୂଚନା ଅଧିକାର ଆଇନ ବଳରେ ଆର୍ଥିକ ବର୍ଷ ୨୦୨୩-୨୪ ଓ ୨୦୨୪-୨୫ର କାମ ଖର୍ଚ୍ଚ ସବିଶେଷ ସୂଚନା ମାଗିଥିଲେ।ହେଲେ ସମୟ ସୀମା ଅନୁଯାଇ ସୂଚନା ନ'ପାଇବାରୁ କତୃପକ୍ଷଙ୍କ ନିକଟରେ ୧୬/୦୮/୨୫ରେ ପ୍ରଥମ ଅପିଲ କରିଥିଲେ।କିନ୍ତୁ ପ୍ରଥମ ଅପିଲ ପରେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ।ତେବେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ କେଉଁ ଉଦେଶ୍ୟ ରଖି ଅପିଲ ପରେ ମଧ୍ୟ କୌଣସି ତଥ୍ୟ ଦେଉନ'ଥିବା ବେଳେ ଆଜି ବେନାଗାଁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ
ସେ ମତପ୍ରକାଶ କରିଛନ୍ତି ଯେ ସୂଚନା ଅଧିକାର ଆଇନ ୨୦୦୫ ଅନୁଯାଇ ଭାରତର ସମସ୍ତ ନାଗରିକଙ୍କ ଅଧିକାର ଅଛି ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିବା କିନ୍ତୁ ପରିତାପର ବିଷୟ ଏହି ଆଇନ ସ୍ୱତେ ମଧ୍ୟ୍ୟ ଲାଞ୍ଜିଗଡ ପ୍ରଶାସନ ଏବେ ଯାଏଁ କୌଣସି ତଥ୍ୟ ଦେଇ ନାହାନ୍ତି l ତେଵେ ମତେ ସନ୍ଦେହ ଲାଗୁଛି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଛି ଯାହାଦ୍ୱାରା ସୂଚନା ଦେଉନାହାନ୍ତି lଏହାର ଭିଜିଲାନ୍ସ ତଦନ୍ତ କରାଗଲେ ମନରେଗା ଯୋଜନା ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା କର୍ମୀ ଶ୍ରୀ ମୁଣ୍ଡଛିନା ପ୍ରକାଶ କରିଛନ୍ତି l ବର୍ତମାନ ଦ୍ୱିତୀୟ ଅପିଲ କରିବି ଓ ବାରମ୍ବାର ଅପିଲ ପରେ ମଧ୍ୟ ଯଦି କୌଣସି ସୂଚନା ପ୍ରଦାନ କରାନ'ଯାଏ ତାହାହେଲେ ଉଚ୍ଚ ନ୍ୟାୟାଳୟ ସମେତ, ଆଇନ୍ ମନ୍ତ୍ରୀ ତଥା ରାଜ୍ୟ ସରକାର ମୋହନ ଚରଣ ମାଝୀଙ୍କ ଦ୍ୱାରସ୍ତ ହେବି ବୋଲି ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ଶ୍ରୀ ମୁଣ୍ଡଛୀନା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment