BREAKING
Loading...
:

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଧ୍ବଜା ରୋହଣ ଏବଂ ରାମଚଣ୍ଡୀ ଦିବସ ପାଳିତ

 ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଧ୍ବଜା ରୋହଣ ଏବଂ ରାମଚଣ୍ଡୀ ଦିବସ ପାଳିତ 



ସମ୍ବଲପୁର:-


ସମ୍ବଲପୁର ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ସ୍ବତନ୍ତ୍ର ପୂଜା ସହ ରାମଚଣ୍ଡୀ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ସରସରାରେ ୧୩ ଶହ ଶତାବ୍ଦୀର ଶେଷ ଭାଗରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ସ୍ଥାପନା ସହ ଡାହାଣ ଶଙ୍ଖ ତ୍ରୀଶୂଳ ସ୍ଥାପନା କରାଯାଇ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପୂଜକ ଦେବୀ ପ୍ରସାଦ ଭୋଇ । ତେଣୁ ଏହି ଦିବସକୁ ମନେ ପକାଇ ପ୍ରତିବର୍ଷ ଏହି ତିଥିରେ ରାମଚଣ୍ଡୀ ଦିବସ ଭାବେ ପାଳିତ ହୋଇଆସୁଛି । ସକାଳୁ ମା'ଙ୍କ ସ୍ବତନ୍ତ୍ର ବେଶ କରାଯିବା ସହ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତମାନେ ମା'ଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ସନ୍ଧ୍ୟାରେ ମୁଖ୍ୟ ମନ୍ଦିର ଏବଂ ଅନ୍ୟ ମନ୍ଦିରମାନଙ୍କରେ ଧ୍ୱଜାରୋହଣ କରାଯାଇଥିଲା । ଶଙ୍ଖଘଣ୍ଟ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ମୁଖରିତ ହୋଇ ଉଠିଥିଲା। ପୂଜକ ଦେବୀପ୍ରସାଦ ଭୋଇଙ୍କ ଦ୍ୱାରା ଝଣ୍ଡାପୂଜା କରାଯିବା ପରେ ଦେବବ୍ରତ ବାରିକଙ୍କ ଦ୍ୱାରା ମନ୍ଦିର ଶିଖରରେ ଝଣ୍ଡା ଲଗାଯାଇଥିଲା । କାର୍ଯକ୍ରମରେ କୁଲତା ସମାଜର ଉପସଭାପତି ଦେବତ୍ତମ ପ୍ରଧାନ, ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ପ୍ରଦୀପ କୁମାର ସାହୁ, ଆନନ୍ଦ କୁମାର ପ୍ରଧାନ, ଦେବଦତ୍ତ ସାହୁ, ଅକ୍ଷୟ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ସୁଦାମ ଭୋଇ, ଲିଙ୍ଗରାଜ ପ୍ରଧାନ, ଟଙ୍କଧର ବାରିକ, ସୁରେଶ ବେହେରା , ମଧୁସୂଦନ ଭୋଇ ଓ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS