BREAKING
Loading...
:

ବଜ୍ରାଘାତରେ ଜଣେ ମୃତ

 ବଜ୍ରାଘାତରେ ଜଣେ ମୃତ 



ଲାଞ୍ଜିଗଡ ,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗାଁରେ ଘଟିଛି ଏକ ଅବାଭନୀୟ ଘଟଣା l ସୂଚନା ମତେ ବେନାଗାଁ ପଞ୍ଚାୟତ ପଦ୍ମଥୋପା ଗାଁର ଡୁଡୁ ହରିଜନ (୫୬) ଗାଁ ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ସମୟରେ ବ୍ରଜଘାତରେ ଅଚେତ ହୋଇପଡିଥିବା ଗାଁ ଲୋକ ଦେଖି ନିକଟସ୍ଥ ବେନଗାଁ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏନେଇ ବିଜେପୁର ଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଏକ ଅପମୃତୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳୁଛି l ଡୁଡୁ ହରିଜନ ଦୀର୍ଘ ବର୍ଷା ହେଲା ପଦ୍ମଥୋପା ଗାଁରେ ରହି ଗାଈ ଚରାଇ ପରିବାର ପ୍ରତିପୋଷଣ କରି ଆସୁଥିଲେ ହେଲେ ଆଜି ବଜ୍ରାଘାତରେ ତାଙ୍କ ଦେହାନ୍ତ ହୋଇଥିବାରୁ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି l ତେଵେ ପରିବାର କହିଲେ ବର୍ତମାନ ସ୍ତ୍ରୀ ଓ ଦୁଇ ପୁଅ ରହିବା ବେଳେ ଅତ୍ୟନ୍ତ ଗରିବ ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS